ଅପରାଧଓଡିଶା

ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା

ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା । ନାବାଳକର ବେକରେ ପ୍ଲାକାର୍ଡ ଝୁଲାଇ ହାତକୁ ରଶିରେ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନିଆଯାଇଛି । ଏଭଳି ଏକ ଘୃଣ୍ୟ ଓ ନିନ୍ଦନୀୟ ଦୃଶ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଚହଳ ଖେଲାଇଛି । ଯାହାର ଭାଇରଲ ଭିଡିଓ ଏବେ ସୋସିଆଲ ମିଡିଆରେ ବୁଲୁଛି ।

ନାବାଳକର ବେକରେ ପଡ଼ିଥିବା ପ୍ଲାକାର୍ଡରେ ମୁଁ ଚୋର ବୋଲି ଉଲ୍ଲେଖ ରହିଛି । ନାବାଳକଟି ଭୁଲ ଥିଲେ ମଧ୍ୟ ତାକୁ ରାଜ ରାସ୍ତାରେ ଏଭଳି ଦଣ୍ଡ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ ଉଠିଛି ? ଭିଡ଼ିଓ ଭାଇରାଲ ପରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଘଟଣାରେ ହସ୍ତକ୍ଷେପ କରିଛି । ତେବେ ଘଟଣାଟି ଅତ୍ୟନ୍ତ ଜଘନ୍ୟ ଓ ସମ୍ବେଦନଶୀଳ ହୋଇଥିବା ବେଳେ ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ବ୍ରହ୍ମଗିରି ପୋଲିସ ,ପୁରୀ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ।

Related posts

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews

ନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆ

mahabharatanews

ପଦ୍ମପୁର ମାରଓ୍ବାଡି ଯୁବା ମଂଚ ପକ୍ଷରୁ ରକ୍ତଦାନ ଶିବିର

mahabharatanews