ଓଡିଶାରାଜନୀତି

କାହା ନିର୍ଦ୍ଦେଶରେ ଗୁପ୍ତ ବୈଠକ ? ବିଜେଡି ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

ଯାଜପୁର: ଯାଜପୁର ସରକାରୀ ପ୍ରଦକ୍ଷଣ ଗୃହରେ ଆୟୋଜିତ ଜିଲ୍ଲା ପ୍ରଶାସନ ଓ ବିଜେଡି ବୈଠକକୁ ନେଇ କେଁ ସୃଷ୍ଟି ହୋଇଛି । କାରଣ ପ୍ରଶାସନ କାହିଁକି ନିଧିଷ୍ଠ ରାଜେନୖତିକ ଦଳର ଆହୁତ ବୈଠକରେ ସାମିଲ ହୋଇଛନ୍ତି ତାକୁ ନେଇ ପ୍ରଶ୍ନ ଆରମ୍ଭ ହୋଇଛି । ଏପରି ଗୁପ୍ତ ବୈଠକରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ନଥିବା ବେଳେ ପୁରୁଣା କାର୍ଯ୍ୟର ବିଲକୁ ନେଇ ଲାଗିଥିବା ଆଶଙ୍କା ସଂପର୍କରେ ବିଶେଷ ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ସହିତ ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ ନେତାମାନଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଥିଲା

କ୍ଷମତା ଗଲାଣି ହେଲେ କ୍ଷମତା ଥିବା ଭଳି ଦବଦବା ଏବେବି କମିନି । ହାରିବା ପରେ ବି ବିଜେଡି  ନେତାଙ୍କ କ୍ଷମତାରେ ଥିବା ଭଳି ଠାଣି ଏବେବି କମିନି । ଯାଜପୁର ସର୍କିଟ ହାଉସରେ ବସିଥିଲା ବିଜେଡିର ବୈଠକ । ଏଥିରେ ଯୋଗ ଦେଇଥିଲେ ବବି । ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ନବନିର୍ବାଚିତ ବିଧାୟକ ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଏକ ବସିଥିଲା ବୈଠକ। ଏହି ବୈଠକରେ ବବି କେଉଁଠି ସରକାରୀ ବାବୁଙ୍କୁ ନାଲି ଆଖି ଦେଖାଇଥିଲେ । ସରକାର ବଦଳିବା ପରେ ବାବୁ ଆଉ କଥା ମାନୁ ନଥିବାରୁ ସରକାରୀ ବାବୁଙ୍କୁ କରଯାଇଛି ତାଗିଦ । କୁସୁମା ଅନିୟମିତତା ସାଙ୍ଗକୁ ବିଜେଡି କଣ୍ଟ୍ରାକ୍ଟରଙ୍କ ପାଉଣା ବନ୍ଦ ବଢ଼ାଇଛି ବିଜେଡି ଚିନ୍ତା । ଯାଜପୁର ବିଜେଡି ନେତା କଣ୍ଟ୍ରାକ୍ଟ ନେଇଥିବା ପ୍ରକଳ୍ପର କାମ ତ୍ବରାନୀତ ହେବା ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା । ନୂଆ ସରକାର ଆସିବା ପରେ ଅନେକ ଠିକା କାମ ଠପ ହେବା ସହ ଅନେକ ଠିକାଦାର ତାଙ୍କ ପାଉଣା ପାଉନାହାଁନ୍ତି । କିଛି ଦଳୀୟ ଠିକାଦାର ବିନା ଟେଣ୍ଡରରେ କାମ କରି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିଜେଡି ସରକାର ସମୟରେ ଅନେକ ଠିକାଦାର ବେଆଇନ୍ କାମ କରିଛନ୍ତି । ଆଉ ସେଗୁଡିକ ନସରିବା ଯାଏଁ ବିଲ୍ କ୍ଲିୟର ନକରିବାକୁ ବିଜେପି ଦାବି କରିଛି । ଯାହା ପରେ ବଢ଼ିଯାଇଛି ବବିଙ୍କ ଚିନ୍ତା । ତେଣୁ ବବିଙ୍କ ଆଳରେ ପ୍ରମିଳା ଡକାଇଥିଲେ ବୈଠକ । ବୈଠକରେକରାଯାଇଥିଲା ସରକାରୀ ବାବୁଙ୍କୁ ତାଗିଦ୍ ।ନିର୍ବାଚନରେ ବିଜେଡି କ୍ଷମତାରୁ ଯିବା ପରେ ଯାଜପୁରରେ ହୋଇଥିବା ଦୁର୍ନୀତି କଥା ସ୍ପଷ୍ଟ ବାରି ହୋଇପଡ଼ୁଛି । କିଛି ଦିନ ହେବ କୁସୁମା ବଙ୍ଗଳାକୁ ନେଇ ତେଜିଛି ବିବାଦ । ଜିଲ୍ଲା ପ୍ରଶାସନ ଏହାକୁ ଘଣ୍ଟ ନଘୋଡ଼ାଇବାକୁ କେଉଁଆଡେ ଖପ୍ପା ବବି ଦାସ । ଶାସନରୁ ବିଜେଡି ନେତା ଯିବା ପରେ ସରକାରୀ ବାବୁ ଆଉ ସେମାନଙ୍କ କଥା ମାନୁ ନଥିବାରୁ ହରଡ଼ଗଣାରେ ପଡ଼ିଛନ୍ତି ବିଜେଡି ନେତା ।

ଗତ ୧୯ ତାରିଖରେ ଯାଜପୁର ସର୍କିଟ ହାଉସରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ନବନିର୍ବାଚିତ ବିଧାୟକ ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଏକ ବୈଠକ ବସିଥିଲା। ଏଥିରେ ଯାଜପୁର ବିଧାୟକ ସୁଜାତା ସାହୁ, ବିଝାଂରପୁର ବିଧାୟିକା ପ୍ରମିଳ ମଲ୍ଲିକ, ବରୀ ବିଧାୟକ ବିଶ୍ବ ମଲ୍ଲିକ, ପୁର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତ ରାୟ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସହ ବ୍ଲକସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ। ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି, ଜିଲ୍ଲା ପ୍ରଶାସନ ନିରପେକ୍ଷ ଭାବେ କାମ କରିବାକୁ ଏହି ବୈଠକ କରିଥିଲୁ। ସେପଟେ ଏ ନେଇ ନେଇ ଯାଜପୁର ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ବୈଠକରେ ବଡଚଣା ପୂର୍ବତନ ବିଧାୟକ ଅମର ଶତପଥୀ,କୋରେଇ ବିଧାୟକ ଅଶୋକ ବଳ ଏବଂ ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଂଜନ ଘଡାଇଙ୍କୁ ଦେଖିବାକୁ ମିଳିନଥିଲା ।

ଏପଟେ ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଜେଡି ନେତାଙ୍କ ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। କହିଛନ୍ତି ନିର୍ବାଚିତ ପ୍ରତିନିଧି କଲେକ୍ଟର ଓ ବିଡିଓଙ୍କୁ ନେଇ ସର୍କିଟ ହାଉସରେ ବୈଠକ କରିପାରିବେ । ଜିଲ୍ଲାପାଳ ଏବଂ ଏସପିଙ୍କ ସହ ବିଜେଡିର ନେତାମାନଙ୍କ ବୈଠକର ଉଦ୍ଦେଶ୍ୟ କଣ ବୋଲି ହିମାଂଶୁ ପଚାରିଛନ୍ତି। ହିମାଂଶୁ ଅଭିଯୋଗ କରିଛନ୍ତି, ଜିଲ୍ଲାରେ ହୋଇଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା ।ତେଣୁ ବିନା ଅଡିଟରେ କୌଣସି କାମର ବିଲ୍ ନ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ କୌଣସି ବିଲକୁ ଅନୁମୋଦନ କରି ନ ଥିଲେ। ଯାହାକୁ ନେଇ ବିଜେଡି ବିଧାୟକ ଓ ନେତାମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଜେଡି ସହ ସମ୍ପୃକ୍ତ ଠିକାଦାରମାନେ ସାମିଲ ହୋଇଥିବା କହିଛନ୍ତି ବିଧାୟକ।

 

Related posts

ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ

mahabharatanews

ଓଡ଼ିଆ ଫିଲ୍ମରେ କପିଲ ଶର୍ମା

mahabharatanews

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସର କଡା ଆଭିମୁଖ୍ୟ

mahabharatanews

Leave a Comment