(ମହାଭାରତ): ସାଧାରଣତଃ ଝିଅମାନେ ନିଜ କେଶକୁ ସୁନ୍ଦର, ମଜଭୁତ ଓ ଚମକଦାର କରିବା ପାଇଁ ଏଥିରେ ମେହେନ୍ଦୀ ଲଗାଇଥାଆନ୍ତି । ହେଲେ ଆପଣ ଜାଣନ୍ତି କି,ମେହେନ୍ଦୀ ପତ୍ର ଅନେକ ଔଷଧୀୟ ଗୁଣର ସମାହାର । ଏହି ପତ୍ରରେ ଟ୍ୟାନିନ୍,ବାସୋନ୍ ମ୍ୟାଲିକ ଏସିଡ,ଗ୍ଲୁକୋଜ,ମ୍ୟାଲିଟୋଲ ପରି ତତ୍ତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ମେହେନ୍ଦୀ ପତ୍ରରୁ ଆମକୁ କ’ଣ ଫାଇଦା ମିଳିଥାଏ ।
୧- ଆଜିକାଲି ମୁଣ୍ଡରେ ରୂପି ହେବା ଏକ ସାଧାରଣ କଥା ହୋଇଗଲାଣି । ପ୍ରାୟ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ । ଏହାର ନିରାକରଣ ପାଇଁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ମିଳୁଛି । ତେବେ ଦାମୀ ଦାମୀ ପ୍ରଡକ୍ଟ ପଛରେ ଟଙ୍କା ନଷ୍ଟ ନକରି ଆପଣ ମେହେନ୍ଦୀ ପତ୍ର ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିପାରିବେ । ମେହେନ୍ଦୀ ପତ୍ରକୁ ବାଟି କିମ୍ବା ଗୁଣ୍ଡ କରି ଏଥିରେ ଲେମ୍ବୁ ଓ ଦହି ମିଶାଇ ଚୁଟିରେ ଲଗାନ୍ତୁ । ଏହି ଦୁଇଟି ଯାକ ଜିନିଷରେ ଏସିଡ ରହିଥାଏ,ଯାହା ରୂପି ସହ ମୁଣ୍ଡ କୁଣ୍ଡେଇ ହେବା ସମସ୍ୟା ମଧ୍ୟ ଦୂର କରିଥାଏ । ସପ୍ତାହରେ ଥରେ ମେହେନ୍ଦୀ ଲଗାନ୍ତୁ,ଦେଖିବେ ଭଲ ଫଳ ମିଳିବ ।
୨- ସେହିପରି ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି । ବାହାରର ଟାଣ ଖରା ଓ ପ୍ରଦୂଷଣ ଯୋଗୁ ତ୍ୱଚାରେ ପ୍ରାୟ ଇନଫେକନ ହୋଇଥାଏ । ବିଶେଷ କରି ଟିନଏଜର ପିଲାମାନଙ୍କ ଠାରେ ଏହି ସମସ୍ୟା ଦେଖା ଦେଖାଦେଇଥାଏ । ତେବେ ମେହେନ୍ଦୀ ଏହି ସମସ୍ୟା ଦୂର କରିବାରେ ଆପଣଙ୍କ ସହାୟତା କରିବ । ଏଥିରେ ଅଧିକ ମାତ୍ରାରେ ଟ୍ୟାନିନ୍ ଓ ହେନୋଟ୍ୟାନିକ୍ ଏସିଡ ଥିବାରୁ ଏହା ତ୍ୱଚାରେ ମୃତ କୋଷିକାକୁ ଦୂର କରିଥାଏ । ଏଥିପାଇଁ ଆପଣଙ୍କୁ ମେହେନ୍ଦୀ ଗଛର ଛାଲକୁ ପାଣିରେ ଫୁଟାଇ କାଢା ବନେଇ ପିଇବାକୁ ହେବ । ଏହି କାଢା ପିଉଥିଲେ ମୁହଁରେ ସାବୁନର ବ୍ୟବହାର ଆଦୌ କରିବେ ନାହିଁ ।
୩- ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁ ନାହାନ୍ତି । ତେଣୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି । ସେଥିମଧ୍ୟରୁ କିଡନୀ ଷ୍ଟୋନ ଅନ୍ୟତମ । ତେବେ ମେହେନ୍ଦୀ ଦ୍ୱାରା ଏହାକୁ ଭଲ କରିହେବ । ଏଥିପାଇଁ ଆପଣଙ୍କୁ ଅଧାଲିଟର ପାଣିରେ ୫୦ ଗ୍ରାମ ମେହେନ୍ଦୀ ପତ୍ରକୁ ପେଶି ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ ।
୪- ମେହେନ୍ଦୀ ସାଧାରଣତଃ ଥଣ୍ଡା ହୋଇଥାଏ । ତେଣୁ ଏହାକୁ ରାତିରେ କିମ୍ବା ଶରୀରରେ ଯଦି ଇଶନଫୁଲିଆ କିମ୍ବା ଥାଇରଏଡ ଥାଏ,ତେବେ ଏହାକୁ ବ୍ୟବହାର କରିବାକୁ ମନା କରିଯାଏ । ଯଦି ଆପଣଙ୍କୁ କେଉଁଠି ମାଡ ହୋଇ ବଥା ବା ଯନ୍ତ୍ରଣା ହେଉଛି,ବରଫ ବଦଳରେ ସେହି ସ୍ଥାନରେ ମେହେନ୍ଦୀ ପତ୍ରକୁ ବାଟି ଲଗାନ୍ତୁ ।
previous post
next post