(ମହାଭାରତ): ଆଉ ୧ଦିନ ପରେ ରଙ୍ଗର ପର୍ବ ହୋଲି । ଚାରିଆଡ଼େ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିନ୍ତୁ ହୋଲି ଦିନ ରଙ୍ଗ ଖେଳିସାରିବା ପରେ କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ସାଧାରଣତଃ ଅନେକ ଚିନ୍ତାରେ ପଡ଼ିଥାନ୍ତି । ସାବୁନ କିମ୍ବା ଡ଼ିଟରଜେଣ୍ଟ ପାଉଡ଼ର ବ୍ୟବହାର କଲେ ମଧ୍ୟ କପଡ଼ାରୁ ରଙ୍ଗ ଛାଡ଼ି ନଥାଏ । ତେବେ ଏହି ରଙ୍ଗକୁ କିପରି ସହଜରେ କପଡ଼ାରୁ ଛଡ଼ାଇବେ,ଏଥିପାଇଁ କିଛି ଟିପ୍ସ ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ।
• ଧଳା ଭିନେଗାର ରଙ୍ଗ ଲାଗିଥିବା କପଡ଼ାକୁ ସହଜରେ ସଫା କରିଦେଇଥାଏ । ଏଥିପାଇଁ ଅଧା କପ ଭିନେଗାର କପଡ଼ା ସଫା କରିବା ସମୟରେ ପାଣିରେ ପକାନ୍ତୁ । ଦେଖିବେ ରଙ୍ଗ ଛାଡ଼ିଯିବ । ମନେ ରଖନ୍ତୁ ଭିନେଗାର କେବଳ ସୂତା କପଡ଼ା ପାଇଁ ବ୍ୟବହାର କରନ୍ତୁ ।
• ପୋଷାକ ଧୋଇବା ସମୟରେ ପାଣିରେ କିଛି ବେକିଂ ସୋଡ଼ା ମିଳାଇ ଦିଅନ୍ତୁ । ଏହା ମଧ୍ୟ ରଙ୍ଗ ଛଡ଼ାଇବାରେ ଭଲ କାମ କରିଥାଏ ।
• ବାସନ ମଜା ସାବୁନରେ ମଧ୍ୟ ଆପଣ କପଡ଼ା ସଫା କରିପାରିବେ । ହୋଲି ରଙ୍ଗ ଛଡ଼ାଇବା ପାଇଁ ଏହା ଭଲ କାମ କରିଥାଏ ।
• ରଙ୍ଗ ଲାଗିବା ପରେ କପଡ଼ାକୁ କିଛି ସମୟ ଲେମ୍ବୁ ପାଣିରେ ବୁଡ଼ାଇ ରଖନ୍ତୁ । ଏହା ପରେ ସାବୁନରେ କପଡ଼ାକୁ ସଫା କରି ନିଅନ୍ତୁ । ଦେଖିବେ କପଡ଼ା ସଫା ହୋଇଯିବ ।
• ସେହିପରି ଖଟା ଦହିକୁ ବି କପଡ଼ା ସଫା ପାଇଁ ବ୍ୟବହାର କରିପାରିବେ । କିଛି ସମୟ ଦହି ପାଣିରେ ରଙ୍ଗ ଲାଗିଥିବା କପଡ଼ା ସବୁକୁ ବୁଡ଼ାଇ ରଖନ୍ତୁ । ଏହା ପରେ ହାଲକା ଭାବରେ କପଡ଼ାକୁ ମକଚି ଧୋଇ ନିଅନ୍ତୁ । ଏହି ପରି ଦୁଇଥର କଲେ ରଙ୍ଗ ସହଜରେ ଛାଡ଼ି ଯାଇଥାଏ ।