Uncategorized

ଏହି ପଂଚାୟତ ଝିଅଙ୍କୁ ଦେଇଛି ଏପରି ସମ୍ମାନ

(ମହାଭାରତ ): ଗୋଟେ ପଟେ ସମାଜ ପାଇଁ ଝିଅ ଅଲୋଡ଼ା ହୋଇପଡ଼ୁଥିବା ବେଳେ କିଛି ଅଂଚଳରେ ଝିଅଙ୍କୁ ସମ୍ମାନ ଦିଆଯାଉଛି । ଏପରିକି ନିଜ ଅଂଚଳର ବେଧାବୀ ଛାତ୍ରୀଙ୍କ ନାମରେ ରାସ୍ତାର ନାମକରଣ କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର କୁଚ ଜିଲ୍ଳାର କୁକମା ପଞ୍ଚାୟତରେ । ଦେଢ ବର୍ଷ ମଧରେ କୁକମା ପଞ୍ଚାୟତ ୧୬ ଜଣ ବେଧାବୀ ଛାତ୍ରୀଙ୍କୁ ଏହି ସମ୍ମାନ ଦେଇଛି । କୁକମା ପଂଚାୟତ ଭୁଜ ତହସିଲ କୁଚ ଜୋନ ମୁଖ୍ୟାଳୟ ଅଧୀନରେ ଆସିଥାଏ । କୁଚ ଜିଲ୍ଳା ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦ୍ୱାରା ଚଳିତ ୧୯ ଫେବୃଆରୀ ୨୦୨୦ ତାରିଖ ଦିନ ହୋଇଥିବା ସର୍କୁଲାର ଯୋଗୁଁ ଏହି ପଦକ୍ଷେପ ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାଶ ଥାଉକି କୁକମା ପଚଂୟତର ସରପଂଚ କଙ୍କୁବେନ ଭଙ୍କର ସେପ୍ଟେମ୍ବର ୨୦୧୮ ରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଏ ପର୍ଯ୍ୟନ୍ତ ରାସ୍ତାଘାଟ ଗୁଡ଼ିକ ୧୬ ଜଣ ସମ୍ମାନଜନକ ଝିଅଙ୍କ ନାମରେ ନାମିତ ହୋଇଛି । ଝିଅ ଙ୍କନାମ ଅନୁସାରେ ରାସ୍ତାର ନାମକରଣ କରାଯାଇଛି । ଏଥିପାଇଁ ପଂଚାୟତର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଛି । କୁକମା ଗ୍ରାମ ଦେଖବାକୁ ଆସିଥିବା ପାଞ୍ଚଟି ଜିଲ୍ଳାର ସରପଂଚଙ୍କ କଥା ଶୁଣିବା ପରେ ଆଖପାଖ ଅଂଚଳରେ ଏହି ପଦକ୍ଷେପ ଉପରେ ଆଲୋଚନା ହେଉଛି ।

ନାମକରଣ ହୋଇଥିବା ଝିଅଙ୍କ ନାମ: 
ହେମାନୀ ମାର୍ଗ , ଶିବାନୀ ମାର୍ଗ , ସୋନାଲି ମାର୍ଗ, ରୁଚିଟା ମାର୍ଗ , ଭୂମି ମାର୍ଗ, ଅଶ୍ୱନୀ ମାର୍ଗ, ଗୁଲଜାର ମାର୍ଗ, ଉର୍ଭି ମାର୍ଗ, ଶିଳ୍ପା ମାର୍ଗ, କୋମଲ ମାର୍ଗ , ଜିଆ ମାର୍ଗ, ପାଲକ ମାର୍ଗ, କ୍ରିପା ମାର୍ଗ, ଖୁସୀ ମାର୍ଗ , ହେନସି ମାର୍ଗ ଏବଂ ପୂଜା ମାର୍ଗ

Related posts

ଖାଦ୍ୟରେ ବ୍ୟବହାର ହେଉଥିବା ମସଲାର କଣ ରହିଛି ଫାଇଦା

mahabharatanews

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

mahabharatanews

ସୁନାବେଡ଼ାରେ ବାହା ବଙ୍ଗ ପର୍ବପର୍ବାଣୀ ଅନୁଷ୍ଠିତ

mahabharatanews