Uncategorized

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ କୁନି ମଫଲରମ୍ୟାନ

(ମହାଭାରତ, ନୂଆଦିଲ୍ଳୀ): ଦିଲ୍ଲୀ ନିର୍ବାଚନ ଜିତିବା ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାମଲୀଲା ମଇଦାନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହରେ ବିପୁଳ ମାତ୍ରାରେ ଦିଲ୍ଲୀବାସୀ ଯୋଗ ଦେଇଥିଲେ । ତେବେ ଏଥିରେ କୌଣସି ନେତା ବା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିଲାବେଳେ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ‘କୁନି ମଫଲରମ୍ୟାନ’ । କେଜ୍ରିୱାଲ ଟୋପି ପିନ୍ଧି ମଫଲର ଗୁଡାଇ ସାଧାରଣ ପୋଷାକରେ ରହୁଥିବାରୁ ତାଙ୍କୁ ଅନୁକରଣ କରିଥିଲେ ଏହି କୁନି ମଫଲରମ୍ୟାନ । ସେ କେଜ୍ରିୱାଲଙ୍କ ମେରୁନ ସୁଇଟର, ଚଷମା, ଆପ୍ ଦଳର ଟୋପୀ ଏବଂ ମଫଲର ପିନ୍ଧିଥିଲେ । ଏହାସହ କେଜ୍ରିୱାଲ ରଖୁଥିବା ନିଶ ମଧ୍ୟ ଅବିକଳ ତାଙ୍କ ମୁହଁରେ ଅଙ୍କା ହୋଇଥିଲା । ଖୁବ୍ ଶୀଘ୍ର ଏହି କୁନି ପିଲାଟିର ଚିତ୍ର ସେଠାରେ ଲୋକପ୍ରିୟ ହୋଇଥିଲା । ଏହି କୁନି ପିଲାଟିର ବୟସ ମାତ୍ର ବର୍ଷେ ଓ ତାଙ୍କ ନାଁ ଅବ୍ୟାନ ତୋମାର ବୋଲି ଜଣାପଡିଛି । ଆପ୍ର ନିମନ୍ତ୍ରଣ କ୍ରମେ ସେ ଉତ୍ସବରେ ଯୋଗ ଦେଇଥିଲେ ।

Related posts

ପୁରୋହିତ ପ୍ରସ୍ତୁତ ନାହାନ୍ତି ଚାରିଧାମ ଯାତ୍ରା ପାଇଁ 

mahabharatanews

 ବର୍ଷାରେ ୪ ମୃତ, ୪୦ ନିଖୋଜ

mahabharatanews

ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କୁ କରୋନା

mahabharatanews