ଓଡିଶା

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ

କେନ୍ଦ୍ରାପଡା: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନକରି ନିର୍ମାଣ ଶ୍ରମିକମାନଙ୍କ ନାର୍ଯ୍ୟଦାବି ହାସଲ ନିମନ୍ତେ ଆଜିର ଦିବସ ପାଳନ କରାଯାଉଛି ବୋଲି କହିଥିଲେ । ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପ୍ରଣୟନ କରିଥିବା ବେଳେ ସେସବୁର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସେ ନିଜେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଗ୍ରାମୀଣ ଚାଷୀମୂଲିଆ ଶ୍ରମିକ ସଂଗଠନର ଫକିର ଚରଣ ଖଟୁଆ, ଓଡିଶା କୃଷି ଗ୍ରାମୀଣ ଶ୍ରମିକ ସଙ୍ଘର ରାଜ୍ୟ ସଭାପତି ବସନ୍ତ କୁମାର ସେଠୀ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ ଡଃ.ଗଦାଧର ମଲ୍ଲିକ, ଅଶୋକ କୁମାର ତ୍ରିପାଠୀ, ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଡିଭିଜନାଲ ଶ୍ରମ କମିଶନର କୁମୁଦ ରଞ୍ଜନ ଦାସ ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକମାନଙ୍କ ପିଲାଙ୍କ ପାଠପଢା ସହାୟତା,ଝିଅବିବାହ ସହାୟତା,ମୃତ୍ୟୁକାଳିନ ସହାୟତା ଓ ପ୍ରସୁତି କାଳିନ ସହାୟତା ବାବଦରେ ସହାୟତା ମଞ୍ଜୁର ପ୍ରମାଣପତ୍ର କେତେକ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ମୋଟ ୨୭୯୫ଜଣଙ୍କୁ ୩କୋଟି ୪୨ଲକ୍ଷ ୭୭ହଜାର ଟଙ୍କାର ବିଭିନ୍ନ ସହାୟତା ରାଶି ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଂଟକୁ ଅନଲାଇନରେ ପଠାଯିବ ବୋଲି ସୂଚନା ଦିଆଯାଇଥିଲା । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଶୋକ ମୁର୍ମୁ, ଦେବାଶିଷ ଜେନା, କେଶବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

mahabharatanews

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews

କରୋନା ମୁକାବିଲା: ଦୋକାନ ବଜାର ବନ୍ଦ

mahabharatanews