ଓଡିଶା

କେନ୍ଦ୍ରାପଡାରେ ୮ କୋରୋନା ସନ୍ଦିଗ୍ଧ

ଡେରାବିଶ/କେନ୍ଦ୍ରାପଡା: ସମଗ୍ର ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ କେନ୍ଦ୍ରାପଡା ମଧ୍ୟ ଏଥିରୁ ବାଦ ପଡିନାହିଁ । ଜିଲ୍ଲାରେ କୋରୋନା ସଂକ୍ରମଣରେ ୮ ଜଣ ସନ୍ଦିଗ୍ଧଙ୍କୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୩ ଜଣ, ଇନ୍ଦୁପୁରରେ ୨ ଜଣ, ରାଜକନିକାରେ ଜଣେ, ରାଜନଗର ୨ ଜଣଙ୍କୁ ସଂଦିଗ୍ଦ ଅବସ୍ଥାରେ ଚିହ୍ନଟ କରାଯାଇଛି । ଏମାନେ ଦୁବାଇ, ବାହାରିନ, କାତର, ଓମାନ, କୁଏତ ଏବଂ କାମ୍ବୋଡିଆ ଆଦି ଦେଶରେ ପାଣି ପାଇପ୍ ମିସ୍ତ୍ରୀ ଓ ଅନ୍ୟାନ୍ୟ କାମ କରନ୍ତି । ଗତ କିଛି ଦିନ ତଳେ ଏମାନେ ଘରକୁ ଫେରିଛନ୍ତି । ଏମାନଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗର ଟିମ ପହଁଚି ପରୀକ୍ଷା ନିରୀକ୍ଷା କରିଛନ୍ତି । କରୋନା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାନର ପୋଷ୍ଟର ସହ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବିଭିନ୍ନ ଅଚଂଳରେ ମୁତୟନ କରାଯାଇଛି । କୌଣସି ସୂଚନା କିମ୍ବା ବିଦେଶରୁ ଆଶୁଥିବା ସଂଦିଗ୍ଦ ବ୍ୟକ୍ତିୁଙ୍କ ଖବର ମିଳିଲେ ଜିଲ୍ଲା ସ୍ୱସ୍ଥ୍ୟ ବିଭାଗକୁ ସୁଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ରୋଗୀମାନଙ୍କୁ ଚିକିତ୍ସା କରିବା ପଇଁ ଦୁଇଟି ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ନୋଡାଲ ଅଫିସର ଡାକ୍ତର ମିର୍ଜା ବାବର ବେଗ ସୁଚନା ଦେଇଛନ୍ତି । ଏଥିସହିତ ବିଦେଶରୁ ଜିଲ୍ଲାକୁ ଆସୁଥିବା ଲୋକ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ନ ନଜର ରଖିଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ।

Related posts

ଛାତ ଉପରୁ ଉଠାଇ ନେଇ ଯୁବକଙ୍କୁ ଆକ୍ରମଣ ଘଟଣା: ୫ ଯୁବକ ଗିରଫ

mahabharatanews

ହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews

ଭିଜିଲାନ୍ସ ଜାଲରେ RWSSର ସହକାରୀ ଯନ୍ତ୍ରୀ

mahabharatanews