ଓଡିଶାଭାରତ

ହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

ରଜନୀକାନ୍ତ ପାତ୍ର(ଗଞ୍ଜାମ ଜିଲ୍ଲା):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ  ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ବାବଧାନରେ ଆୟୋଜିତ ବୈଠକରେ ବ୍ଳକ ଅଧଖ୍ୟା ସରସ୍ବତୀ ସେଠୀ  ସଭାପତିତ୍ୱ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ହିଂଜିଳି ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଳକ ଉପଦକ୍ଷ ସୁନୀଲ ଗନ୍ତୟତ ମଞ୍ଚାସିନ ଥିଲେ । ବିଡ଼ିଓ ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ  ପୂର୍ବ ବୈଠକର ବିବରଣୀ ପଠନ ସହ ଏହାର ଦୃଢୀକରଣ କରିଥିଲେ । ବ୍ଲକର ପାନୀୟ ଜଳଯୋଗାଣ, ଜଳସେଚନ , ଶିକ୍ଷା ଓ ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ ଯୋଜନା , ଖାଦ୍ୟ ଯୋଗାଣ , ବିଦ୍ଯୁତ୍ ସମସ୍ଯା ,ସାମାଜିକ ସୁରକ୍ଷା, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି,ରାସ୍ତା ଘାଟ  ସମେତ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଓ ସମସ୍ଯା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକରେ ସମସ୍ତ ଜିଲ୍ଲା ପରିଷଦ,ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସମେତ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related posts

ଘର ଉଜାଡି ଦେଇଛି ଫନି, ପଲିଥିନ ତଳେ ଏବେ ବି ଦିନ କାଟୁଛନ୍ତି ବାତ୍ୟା ବିପନ୍ନ

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

 ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ 

mahabharatanews