କେଶରଗଡ: କେରଳାରେ ପୁଣି ଜଣେ ବିଶ୍ୱ ମହାମାରି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ପରେ କେରଳରେ କରୋନା ଚିହ୍ନଟ ସଂଖ୍ୟ ୩ରେ ପହଁଚିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେ କେ ଶୈଳଜା ସୋମବାର ଦିନ ଏହି ସୂଚନା ଦେଇଛନ୍ତି । ଶୈଳଜା କହିଛନ୍ତି, ରାଜ୍ୟରେ କରୋନା ଭୂତାଣୁ ପରୀକ୍ଷଣର ୩ୟ ମାମଲା ପଜିଟିଭ ବାହାରିଛି ।
ରବିବାର ଦିନ ଦେଶର ଦ୍ୱିତୀୟ କରେ।।ନା ପଜିଟିଭ ରିପୋର୍ଟ କେରଳରୁ ଆସିଥିଲା । ଆଲାପୁଜ।। ମେଡିକାଲ କଲେଜର ସ୍ୱତନ୍ତ୍ର ୱାର୍ଡରେ ଅଲଗାଭାବେ ଉକ୍ତ ରୋଗୀଙ୍କୁ ନିରୀକ୍ଷଣ କରାଯାଉଛି । ପୂର୍ବରୁ ରାଜ୍ୟରେ ଆସିଥିବା ପଜିଟିଭ ମାମଲାର ରୋଗୀଙ୍କୁ ଥ୍ରିସାର ମେଡିକାଲ କଲେଜରେ ରଖାଯ।।ଇ ଚିକିତ୍ସା ଚାଲିଛି ଓ ବର୍ତ୍ତମାନ ତାଙ୍କ ସ୍ଥିତି ସ୍ଥିର ଥିବା ଜଣା ପଡିଛି ।
ସୂଚନାଯେ।।ଗ୍ୟ ଆଜି ସୁଦ୍ଧା ୧୭ ହଜାର ୨୦୫ ଆକ୍ରାନ୍ତ ହୋଇଥିବା ବେଳେ ୩୬୧ ଜଣଙ୍କର ମୃତ୍ୟୁ ହେଲାଣି । ସମସ୍ତ ମୃତକ ଚୀନର ହୋଇଥିବା ବେଳେ ଜଣେ ଫିଲିଫ।।ଇନ୍ସରେ ମୃତ୍ୟୁବରଣ କରିଛନ୍ତି । ଚୀନର ନାଶନାଲ ହେଲଥ କମିଶନ ସୂତ୍ରରୁ ପ୍ରକାଶ, ଗତ ୨୪ ଘଣ୍ଟା ମଧ୍ୟରେ କରେ।।ନାରେ ୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୮୨୯ ଜଣ ନୂଆ ଅ।।କ୍ର।।ନ୍ତ ଚିହ୍ନଟ ହୋଇଛନ୍ତି ଓ ୨୧,୫୫୮ ଜଣ ସନ୍ଦିଗ୍ଧଙ୍କୁ ତାଲିକା ଭୁକ୍ତ କରାଯାଇଛି । କରୋନାର ମୁକାବିଲା କରିବା ପାଇଁ ଚୀନ ସରକାର ମାତ୍ର ୧୦ ଦିନରେ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ଶେଷ କରି ରେକର୍ଡ ସୃଷ୍ଟି କରିଛି । ହୁସେନ ଶାହାନଠାରେ ଥିବା ହସ୍ପିଟାଲରେ କରୋନାର ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ । ଏହି ହସ୍ପିଟାଲରେ ଚୀନ ସେନାର ୧୪ ଶହ ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବୁଧବାର ଆଉ ୨୩ ଶହ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ ହସ୍ପିଟାଲ ଖୋଲିବାକୁ ସରକାର ଘୋଷଣା କରିଛି । ଏହା ବ୍ୟତୀତ ପ୍ରତିଶେଧକ ପଦକ୍ଷେପ ସ୍ୱରୂପ ବିଭିନ୍ନ ସଂସ୍ଥାକୁ ମାସ୍କ ଯୋଗାଇ ଦିଆଯାଉଛି । ସ୍ଥିତି ବିଗୁଡୁ ଥିବାରୁ ଚୀନର ଅନେକ ସହରରେ କଟକଣା ଲାଗିଛି । ବୁହାନରୁ ଆମ୍ଭ କରି ବେଙ୍ଗକ୍ୟୁଙ୍ଗ ଯାଏ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିଦିଆଯାଇଛି ।