Uncategorized

କେରଳ, କର୍ଣ୍ଣାଟକରେ ଲୁଚିରହିଛନ୍ତି ଆଇଏସ ଆତଙ୍କବାଦୀ: ଜାତିସଂଘ

ଜେନିଭା: ଭାରତରେ ଆତଙ୍କରାଜ ଚଳାଇବାକୁ ପାକିସ୍ତାନ ସର୍ବଦା ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱବ୍ୟାପୀ କରୋନା ଭୂତାଣୁ ସହ ଲଢେଇ ଚାଲିଥିବା ବେଳେ କିନ୍ତୁ ପାକ ପ୍ରୋତ୍ସାହନରେ ଆତଙ୍କବାଦୀ ଭାରତରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିପଡିଛନ୍ତି । ବର୍ତ୍ତମାନ କାଶ୍ମୀର ନୁହେଁ କେରଳ ଏବଂ କର୍ଣ୍ଣାଟକ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି ଆତଙ୍କବାଦୀ । ଏପରି ସୂଚନା ଦେଇଛି ଜାତିସଂଘ । ଏହି ଦୁଇ ରାଜ୍ୟରେ ବହୁ ଆଇଏସ ଆତଙ୍କବାଦୀ ଲୁଚିଛନ୍ତି ଓ ଭବିଷ୍ୟତରେ ବଡ଼ ଧରଣର ଆକ୍ରମଣ କରିପାରିନ୍ତି ବୋଲି ଚେତାଇ ଦେଇଛି ଜାତିସଂଘ। ଏହା ସହିତ ଭାରତୀୟ ଉପମହାଦ୍ବୀପରେ ଅଲ୍‌-କାଏଦା ଆତଙ୍କୀ ସଂଗଠନ ବି ଆକ୍ରମଣ ଷଡ଼ଯନ୍ତ୍ର କରୁଛି। ଏହି ସଂଗଠନରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାରର ୧୫୦ରୁ ୨୦୦ ଆତଙ୍କବାଦୀ ଥିବା ଜାତିସଂଘ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି।
ଜାତିସଂଘର ଏକ ମନିଟରିଂ ଟିମ୍‌ର ୨୬ତମ ରିପୋର୍ଟରେ କୁହାଯାଇଛି, ଏକ ସଦସ୍ୟ ରାଷ୍ଟ୍ରରୁ ମିଳିଥିବା ଖବର ଅନୁସାରେ, ୨୦୧୯ ମେ ୧୦ ଘୋଷିତ ଆତଙ୍କୀ ସଂଗଠନ ଆଇଏସର ଭାରତୀୟ ସହଯୋଗୀ ସଂଗଠନ(ହିନ୍ଦ ଭିଲାୟାହ)ରେ ୧୮୦ରୁ ୨୦୦ ସଦସ୍ୟ ରହିଛନ୍ତି। କେରଳ ଏବଂ କର୍ଣ୍ଣାଟକରେ ସଂଗଠନ ବହୁ ସଂଖ୍ୟକ ସଦସ୍ୟ ଅଛନ୍ତି। ଗତବର୍ଷ ଇସଲାମିକ ଷ୍ଟେଟ୍‌(ଆଇଏସ) ଭାରତରେ ନୂଆ ଶାଖା ସ୍ଥାପନା କରିଥିବା ଦାବି କରିଥିଲା। କାଶ୍ମୀରରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଏକାଧିକ ଏନକାଉଣ୍ଟର ପରେ ଆଇଏସ ପକ୍ଷରୁ ଏପରି ଘୋଷଣା କରାଯାଇଥିଲା। ସଂଗଠନ ନିଜର ସମାଚାର ଏଜେନ୍ସୀ ଜରିଆରେ କହିଥିଲା ଯେ, ଭାରତରେ ଗଠିତ ନୂଆ ଶାଖାର ନାମ ଭିଲାୟାହ ଅଫ୍‌ ହିନ୍ଦ ଅର୍ଥାତ ଭାରତ ପ୍ରାନ୍ତ ରହିଛି। ମାତ୍ର ଜାମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସେତେବେଳେ ଏହାକୁ ଖଣ୍ଡନ କରିଥିଲେ। କେରଳ ଓ କର୍ଣ୍ଣାଟକରେ ସଂଗଠନର ନୂଆ ଶାଖା ସକ୍ରିୟ ରହିଥିବାରୁ ଆକ୍ରମଣ ଆଶଙ୍କା ରହିଥିବା କୁହାଯାଇଛି।

Related posts

କର୍ଣ୍ଣାଟକର ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା

mahabharatanews

ଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

mahabharatanews

ତାଲିବାନ ସହ ଭାରତର ଆଲୋଚନା

mahabharatanews