Uncategorized

କୋଭିଡ୍ ସଂକ୍ରମିତ ହେଲେ ବିରାଟ କୋହଲି

ଲିସେଷ୍ଟରସାୟାର: ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଲାଗି ଭାରତ ପ୍ରସ୍ତୁତି କରୁଥିବା ବେଳେ ଆସିଲା ଦୁଃଖଦ ଖବର । ଦଳର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିସିସିଆଇ ତାଙ୍କୁ ବିଶ୍ରାମ ଦେଇଥିଲା। ଏହି ସୁଯୋଗରେ ସେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କଟାଇବାକୁ ମାଳଦ୍ବୀପ ଚାଲିଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କୁ କୋଭିଡ୍ ହୋଇଥିବା ଜଣାପଡ଼ିଥିଲା। ତେବେ ଏବେ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଯାହା ଭାରତୀୟ ଦଳ ପାଇଁ ଏକ ବହୁତ ବଡ଼ ଶୁଭସଙ୍କେତ ହୋଇଛି। କୋହଲି ମଧ୍ୟ ଏବେ ଭାରତୀୟ ଦଳ ସହ ପ୍ରସ୍ତୁତି କରୁଛନ୍ତି। ନିଜ ଟ୍ବିଟର ପୃଷ୍ଠାରେ ମଧ୍ୟ ସେ ଏହାର ଫଟୋ ପ୍ରକାଶ କରିଛନ୍ତି। ତା ତଳେ ଲେଖିଛନ୍ତି ଯେ ‘ଅଭ୍ୟାସ ବହୁତ ଭଲ ଚାଲିଛି। ଖୁସିରେ ରୁହ’। ଏହା ପୂର୍ବରୁ ସ୍ପିନର ଆର ଅଶ୍ବିନଙ୍କୁ କୋଭିଡ୍ ହୋଇଥିବାର ଖବର ପଦାକୁ ଆସିଥିଲା। ଏହି କାରଣରୁ ଅଶ୍ବିନ ଦଳ ସହ ଇଂଲଣ୍ଡ ଯାଇପାରି ନଥିଲେ। ସଂପ୍ରତି ସେ ସଙ୍ଗରୋଧରେ ଅଛନ୍ତି। ଅଶ୍ବିନ ଖୁବଶୀଘ୍ର ଦଳ ସହ ଯୋଗଦେବେ।

Related posts

କରୋନା ଭୂତାଣୁକୁ ନେଇ ଗବେଷକଙ୍କ ଦ୍ୱିମତ

mahabharatanews

ସିଏଏ: ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

mahabharatanews

ସିଦ୍ଧାର୍ଥଙ୍କ ସଂସ୍କାରରେ ଶେହନାଜ

mahabharatanews