ଜୟପୁର: ରାଜସ୍ଥାନର କୋଟା ସ୍ଥିତ ଜେକେ ଲୋନ ହସ୍ପିଟାଲରେ ନବଜାତଙ୍କ ମୃତ୍ୟୁ ଧମିବାର ନାମ ନେଉ ନାହିଁ । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଡିସେମ୍ବର ମାସର ଶେଷ ଦୁଇ ଦିନରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଥିସହ ନବଜାତ ମୃତକଙ୍କ ସଂଖ୍ୟା ୧୦୦ରେ ପହଁଚିଛି । ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ମୁତାବକ, କମ ଓଜନ କାରଣରୁ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହୋଇଛି ।
ମଙ୍ଗଳବାର ଦିନ ସାଂସଦ ଲୋକେତ ଚାଟାର୍ଜୀ, କାନ୍ତା କର୍ଦମ ଓ ଜସକୌର ମିଣା ବାଲି ବିଜେପି ସଂସଦୀୟ ସମିତିର ଏକ ଦଳ ହସ୍ପିଟାଲ ଗସ୍ତରେ ଯାଇ ସେଠାକାର ଉପକରଣକୁ ନେଇ ଚିନ୍ତା ପ୍ରକାଶା କରିଥିଲେ । ହସ୍ପିଟାଲର ଗୋଟିଏ ଶଯ୍ୟାରେ ଦୁଇ ତିନି ଶିଶୁଙ୍କ ଚିକିତ୍ସା ହେଉଛି । ହସ୍ପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ନର୍ସ ନାହାନ୍ତି । ଏହା ପୂର୍ବରୁ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ରାଜ୍ୟ ସରକାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଆୟୋଗର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ କହିଥିଲେ, ହସ୍ପିଟାଲ ପରିସରରେ ଘୁଷୁରୀ ବୁଲୁଥିôବା ଦେଖିବାକୁ ମଳିଥିଲା । ୨୩-୨୪ ଡିସେମ୍ବର ଗସ୍ତ ସମୟରେ ୧୦ ଜଣ ପିଲାଙ୍କ ସରକାରୀ ହସ୍ପିଟାଲରେ ମୃତ୍ୟୁ ହେବା ପରେ ରାଜ୍ୟ ସରକାର ଉପରେ ବିପକ୍ଷ ତୀକ୍ଷ୍ନ ଆକ୍ରମଣ କରିଛି । ଅପରପକ୍ଷରେ ରାଜ୍ୟ ସରକାର କହିଛି, ନବଜାତଙ୍କ ଚିକିତ୍ସା ଠିକ ଚାଲିଛି ।