ବେଡସିଟ୍ ସଫା ନାଁରେ ଖର୍ଚ୍ଚ ହୋଇଛି ୪ କୋଟି । ଅନିୟମିତତା ହୋଇଥିବା ଅଭିଯୋଗ । ଯାଯପୁର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀଙ୍କ ବେଡସିଟ୍ ସଫା ନାଁରେ କୋଟି କୋଟି ଟଙ୍କା ଚଳୁ ହୋଇଥିବା ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ ବେଡସିଟ୍ ସଫା ପାଇଁ ୨୦୧୯-୨୦ରେ ୬ଲକ୍ଷ ୮ ହଜାର ୨୧୫ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୨୦-୨୧ରେ ୪୫ ଲକ୍ଷ ୬୫ ହଜାର ୩୦୨ ଟଙ୍କା ୨୦୨୧-୨୨ ୮୧ ଲକ୍ଷ ୧୮ ହଜାର ୨୦୨୨-୨୩ରେ ୮୯ ଲକ୍ଷ ୪୮ ହଜାର ୩୦୬ ଟଙ୍କା ୨୦୨୩-୨ ୧ କୋଟି ୮ଲକ୍ଷ ୭୯ ହଜାର ୮୯ ଟଙ୍କା ଓ ୨୦୨୪-୨୫ ଆର୍ଥକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ୧କୋଟି ୪ଲକ୍ଷ ୮୮ ହଜାର ୯୭୭ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଶ୍ନ ଉଠୁଛି ୨୦୧୯-୨୦ରେ ୬୪ ହଜାର ରୋଗୀଙ୍କ ପାଇଁ ୬ ଲକ୍ଷ ୮ ହଜାର ୨୧୫ ଟଙ୍କା ହୋଇଥିବା ବେଳେ ୨୦୨୪ ସେପ୍ଟେମ୍ବର ଶେଷ ସୁଦ୍ଧା ୫ ହଜାର ୫୨୬ ରୋଗୀଙ୍କ ପାଇଁ କେମିତି ୧ କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚ ହେଲା? ୪ବର୍ଷରେ ୪କୋଟି ୩୭ ଟଙ୍କା ଖର୍ଚ୍ଚ ହେବା ପଛରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି ।
ତଥ୍ୟ ଅନୁସାରେ ୨୦୧୯ରେ ୬ ହଜାର ୨୪୦ ଜଣ ରୋଗୀ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୨୦୨୦ ୪୯ ହଜାର ୯୫ ୨୦୨୧ରେ ୪୮ ହଜାର ୭୪୮ ୨୦୨୨ରେ ୫୫ ହଜାର ୭୦୫ ୨୦୨୩ରେ ୨୦ ହଜାର ୭୬୧ ଓ ୨୦୨୪ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୫୪ ହଜାର ୫୨୬ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ହେଲେ ବେଡସିଟ୍ ସଫା ନିର୍ଦ୍ଧଷ୍ଟ ଏକ ସଂସ୍ଥାକୁ ଠିକା ଦିଆଯାଇଥିବାରୁ ଆର୍ଥିକ ହେରଫେର ହୋଇଥିବା ସନେ୍ଦହ ବଢିଛି । ତେବେ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ।