ଓଡିଶା

କୋଣାର୍କ ଲୋକକଳା ଉତ୍ସବ ୨୦୨୦ ଉଦ୍ୟାପିତ

(ମହାଭାରତ, କୋଣାର୍କ): କୋଣାର୍କ ନାଟ୍ୟଦୀପ ପକ୍ଷରୁ ଆୟୋଜିତ ଲୋକକଳା ମହୋତ୍ସବ ଉଦଯାପନ ହୋଇଯାଇଛି । ନାଟ୍ୟଦୀପ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗତ ୧୪ ତାରିଖରେ ଆରମ୍ଭ ହୋଇଥିଲା । ଲୋପ ପାଇ ଯାଉଥିବା ଲୋକ ନୃତ୍ୟ ଗୁଡିକୁ ଲୋକ ଲୋଚନକୁ ଆଣିବା ପାଇଁ ଅନୁଷ୍ଠାନ ଏହି ପ୍ରୟାସ କରିଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିନ ସନ୍ଧ୍ୟାରେ କଣ୍ଡେଇ ନାଚ ସାଙ୍ଗକୁ ଗୁରୁ ଜୟକୃଷ୍ଣ ନାଏକଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟର ପରିବେଶଣ ହୋଇଥିଲା । ଦ୍ୱିତୀୟ ଦିନ ଘୋଡା ନାଚ ସହ କାକଟପୁରରୁ ଆସିଥିବା କଳାକାରମାନେ ଧୁଡୁକି ନାଚ ପ୍ରଦର୍ଶନ କରିଥିଲେ । ଅନ୍ତିମ ଦିବସରେ ଦାସକାଠିଆ ପରିବେଶିତ ହୋଇଥିଲା । ଆଧୁନିକତାର ଛାପରେ ହଜି ଯାଉଥିବା ଏହି ଲୋକକଳା ଉତ୍ସବ ଦେଖିବାକୁ ପ୍ରବଳ ମାତ୍ରାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଶିଳ୍ପୀ ତଥା କଳାକାରମାନେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଥିଲେ । ଲୋକ କଳାକୁ ପୁନଃଜୀବିତ କରିବା ଉଦ୍ଦେଶ୍ୟରେ ଏହା ଏକ ପ୍ରୟାସ ଥିଲା ବୋଲି କାର୍ଯ୍ୟକ୍ରମର ଆୟୋଜକ ନାଟ୍ୟଦୀପ ଅନୁଷ୍ଠାନର ସଭାପତି କାଳିନ୍ଦୀ ଚରଣ ସ୍ୱାଇ ଓ ସମ୍ପାଦକ ନିତ୍ୟାନନ୍ଦ ମହାରଣା ଦର୍ଶାଇ ଦେଇଥିଲେ ।

Related posts

୧୬ରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା 

mahabharatanews

ଜେଇଇ ମେନ୍ ୨୦୨୦: ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର

mahabharatanews

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews