ଓଡିଶା

କୋଭିଡ କଟକଣାରେ ମା’ଗଜଲକ୍ଷ୍ମୀଙ୍କ ପୂଜା

ସତ୍ୟନାରାୟଣ ପାଲ/ ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ମହୁଲଡିହା ୧ନମ୍ବର ୱାଡରେ ମାଆଙ୍କ ପୂଜା ଅର୍ଚ୍ଚନା କରାଯାଇଛି ।ପ୍ରସିଦ୍ଧ ଗଜଲକ୍ଷ୍ମୀଙ୍କ ପୂଜା ଚଳିତ ବର୍ଷ କରୋନା ମହାମାରୀ ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇଛି । ମଣ୍ଡପରେ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯାଇଥିବାବେଳେ ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା କରାଯାଇ ନ।।ହିଁ । କରୋନା କଟକଣା ନିୟମକୁ ପାଳନ କରି ପୂଜାକମିଟି ତରଫରୁ ପୂଜାର୍ଚନା କରାଯାଇଛି ।ଶ୍ରଦ୍ଧାଳୁମାନେ କୋଭିଡ କଟକଣା ମାନି ମାସ୍କ ପରିଧାନ କରି ପୂଜାର୍ଚନା କରୁଛନ୍ତି । ମୁଖ୍ୟ ପୂଜକ ପ୍ରସନ୍ନ କୁମାର ଷଡଙ୍ଗୀଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଛି।

Related posts

ଯୁବକଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୃତ୍ତ

mahabharatanews

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

mahabharatanews

ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳନ କରାଯାଇଛି

mahabharatanews