ଓଡିଶା

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍,୨୦ ଗୁରୁତର

(ବାଲେଶ୍ଵର) :  ଅଚାନକ ଓଲଟିପଡିଲା ପିକଅପ୍‌ ଭ୍ୟାନ୍‌। ଫଳରେ ୨୦ ଶ୍ରମିକ ଗୁରୁତର। NH-୧୬ର ନନ୍ଦିକା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍। ଭ୍ୟାନ୍‌ରେ ପ୍ରାୟ ୪୦ ଶ୍ରମିକ ଥିଲେ । ତେବେ ସମସ୍ତ ଗୁରୁତର ଶ୍ରମିକ ଜଳେଶ୍ୱର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ , ଟାୟାର ଫାଟିବାରୁ ଏହି ଦୁର୍ଘଟଣା ହୋଇଛି। ମୟୁରଭଞ୍ଜ ବାର୍‌ ମାଇଲ୍‌ରୁ କମର୍ଦା ଅଞ୍ଚଳକୁ ବିଲ କାମ କରିବାକୁ ଶ୍ରମିକମାନେ ଏକ ପିକ୍‌ଅପ୍‌ ଭ୍ୟାନରେ ଯାଉଥିଲେ । ଗାଡିର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଡେଙ୍ଗୁ ଆତଙ୍କ ; ଚାଲିଗଲା ଆଉ ଜଣଙ୍କ ଜୀବନ 

mahabharatanews