ଭୁବନେଶ୍ୱର: ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ । କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ନିର୍ଦ୍ଦେଶ । ମନ୍ଦିରରେ ଭିଡ କରିବାନି । ମନ୍ଦିର ଗଲେ କଟକଣା ମାନି ପୂଜା କରନ୍ତୁ । ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବା । ଆମେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଦେଖି ସାରିଲେଣି ।ହେଲେ ଜୀବିକାକୁ ବଞ୍ଚାଇ ରଖିବା ଆବଶ୍ୟକ ହୋଇ ପଡିଛି । ତେବେ ଜୀବିକା ବଞ୍ଚାଇ ରଖିବା ପାଇଁ ଆମକୁ ସତର୍କ ରହିବାକୁ ହେବ । ଓଡିଶା ସରକାର କରୋନା ମୁକାବିଲାରେ ଆଗୁଆ ଅଛନ୍ତି । କରୋନା ଯୁଦ୍ଧରେ ଆମେ ଅନେକାଂଶରେ ସଫଳ ହୋଇଛି । ଏହା ଜନତାଙ୍କ ଅକୁଣ୍ଠ ସହଯୋଗ ପାଇଁ ସମ୍ଭବ ହୋଇଛି ।
ଆମକୁ ଜୀବନକୁ ସ୍ୱାଭାବିକ କରିବାକୁ ହେବ । ତେଣୁ ଆମକୁ କରୋନା ଗାଇଡଲାଇନ ମାନି ଚଳିବା । ମାସ୍କ ପରିଧାନ, ସାମାଜିକ ଦୂରତା ଓ ସାନିଟାଇଜେସନକୁ ଅନୁପାଳନ କରିବାକୁ ହେବ । ଅଜଥା ଗହଳି ନ କରିବାକୁ ଏସଆରସି କହିଛନ୍ତି । ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଦ୍ୱିତୀୟ ଲହରକୁ ଦେଖିଛେ । ତେବେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ ଆମେ କରୋନା ମୁକାବିଲାରେ ଅନେକାଂଶରେ ସଫଳ ହୋଇଥିଲେ । ତେଣୁ ଆମକୁ ସଚେତନ ରହିବାକୁ ହେବ ।
ଅଯଥା ଭିଡ ନ କରି ଯଥା ସମ୍ଭବ ଘରେ ରହିବା । ଗଣେଶ ପୂଜାରୁ ପାର୍ବଣ ଋତୁ ଆସିଛି । ତେଣୁ ଆମକୁ ସତର୍କ ରହିବାକୁ ହେବ । ପିଲାଙ୍କୁ ଭିଡ ସ୍ଥାନକୁ ଛାଡିବା ନାହିଁ । ଏହି ମହାମାରୀ ପାଇଁ ଆମେ ଦେଢ ବର୍ଷ ଧରି ପର୍ବପର୍ବାଣିକୁ ପରମ୍ପରା ରକ୍ଷା ପାଇଁ ଅନୁମତି ଦେଇଛୁ । ଆଗକୁ ତୃତୀୟ ଲହର ସମ୍ଭାବନା ରହିଛି । ତେଣୁ ଭିଡକୁ ନ ଯିବାକୁ ଚେଷ୍ଟା କରିବା ।
previous post