ଓଡିଶା

କୋଭିଡ-୧୯ ମୁକାବିଲା ପାଇଁ ପର୍ଯ୍ୟାପ୍ତ ଔଷଧ ରହିଛି: ଜାମିନୀ ଷଡଙ୍ଗୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ୧୯ର ମୁକାବିଲା ପାଇଁ ମେଡିକାଲମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂ•ଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ନିଗମ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କୋଭିଡ ୨୯କୁ ମୁକାବିଲା କରିବା ପାଇଁ ଜାନୁୟାରୀ ମାସରୁ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା । କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆଲ ମେସିନ, ବାଓସେଫଟି କ୍ୟାବିନେଟ, ବିଏସଏଲ୨ ପ୍ଲସ ଲ୍ୟାବ ଅଣାଯାଇଛି ।

ସେହିପରି ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ଯ୍ୟକ୍ଷମ ଥିବାବେଳେ ୪୨୪ଟି ଅର୍ଡର ଦିଆଯାଇଥିଲା, ଯେଉଁଥିରୁ ୫୭ଟି ପହଞ୍ଚିସାରିଛି । ଆସନ୍ତା ୬ ସପ୍ତାହ ଭିତରେ ଅନ୍ୟ ଅର୍ଡ଼ରଗୁଡିକ ମିଳିଯିବ । ଅକ୍ସିଜେନ କନସେନଟ୍ରଟର୍ସ ୧୦୦୪ଟି କାର୍ଯ୍ୟକ୍ଷମ ଥିବାବେଳେ ୧୦ ହଜାରଟି ଅର୍ଡର ଦିଆଯାଇଛି, ଏଥିରୁ ୫୮୬ଟି ପହଞ୍ଚିସାରିଛି ନେବୁଲାଇଜର ୭୭୦୦ଟି ଅର୍ଡର ଦିଆଯାଇଥିବାବେଳେ ୭୨୦୦ଟି ପହଞ୍ଚିସାରିଛି । ଯାହାକୁ ଆଇସିୟୁ ଆବଶ୍ୟକ ନାହିଁ କିନ୍ତୁ ଅକ୍ସିଜେନ ଆବଶ୍ୟକ ଅଛି ସେମାନଙ୍କ ପାଇଁ ଅକ୍ସିଜେନ କନସେନଟ୍ରଟର୍ସ ଓ ନେବୁଲାଇଜର ଆବଶ୍ୟକ ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି । ସେହିପରି ରାଜ୍ୟରେ ୫ ମାସ ପାଇଁ ଅତ୍ୟାବଶ୍ୟକ ଔଷଧ ମହଜୁଦ ଥିବାର ସୂଚନା ଦେଇଛନ୍ତି । ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

Related posts

ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗ

mahabharatanews

ନିଯୁକ୍ତି ବନ୍ଦକୁ ନେଇ ସରକାରଙ୍କ ସ୍ପଷ୍ଟିକରଣ

mahabharatanews

ବହୁମୁଖୀ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews