ଓଡିଶା

କୋରାପୁଟ ଜିଲ୍ଲାରୁ ୪୦୦ ରକ୍ତ ନମୁନା ସଂଗ୍ରହ କରୁଛି ଆରଏମ୍ଆରସି

(ସୁନ୍ଦର କୁମାର ପାଣି, କୋରାପୁଟ): କୋରାପୁଟ ଜିଲ୍ଲାରୁ ୪୦୦ ରକ୍ତ ନମୁନା ସଂଗ୍ରହ କରୁଛି ଆରଏମ୍ଆରସି । ଜିଲ୍ଲାର ୧୦ ଟି ବ୍ଲକର ୧୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି । କୋରୋନା ଭୂତାଣୁର ସମ୍ଭାବ୍ୟ ଉପସ୍ଥିତିକୁ ପରୀକ୍ଷା କରିବା ପାଇଁ ସୋମବାର ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିସିନାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍ଆରସି )ର ବରିଷ୍ଠ ବୈଜ୍ଞାନିକ ଦାଶରଥି ଦାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଦ୍ୱାରା କୋରାପୁଟରେ କାର୍ୟ୍ୟ ଆରମ୍ଭ କରାଯାଇଛି ।

ଜିଲ୍ଲାରୁ ୪୦୦ ରକ୍ତ ନମୁନା ସଂଗ୍ରହ କରୁଛି ଆରଏମ୍ଆରସିଏକ ରାଣ୍ଡମ ସିଲେକ୍ସନରେ ଚୟନ କରାଯାଇଥିବା ଏହି ଗାଁ ଗୁଡିକରେ ୪୦ ଟି ଘରର ଜଣେ ଲେଖାଏଁ ଏହି ରକ୍ତନମୁନା ଦେବେ । ଯାହାକୁ ପରୀକ୍ଷାଗାରକୁ ପଠାଇ ଦିଆଯିବ ବୋଲି ଡକ୍ଟର ଦାସ ଜଣାଇଛନ୍ତି । ରାଜ୍ୟରେ ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ଏହି ପ୍ରକ୍ରିୟା ସମ୍ପନ୍ନ କରିଥିବା ବେଳେ ବର୍ତ୍ତମାନ ଶେଷ ପର୍ୟ୍ୟାୟରେ କୋରାପୁଟରେ ସୋମବାର ଗୋଟିଏ ଦିନରେ କାମସାରି ରକ୍ତ ନମୁନାକୁ ନେଇ ଟିମ ଭୁବନେଶ୍ୱରକୁ ଫେରିଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

Related posts

ଦିନ ୨ଟା ପରେ ସ୍ଥଳଭାଗ ଛୁଇଁବ ବାତ୍ୟା

mahabharatanews

ସ୍ନାନଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

mahabharatanews

ସମ୍ବଲପୁରରୁ ୧୦ ଡକାୟତ ଗିରଫ : ୫ ଲକ୍ଷ ଟଙ୍କା, ଅଧ କେଜି ସୁନା ଜବତ

mahabharatanews