ଓଡିଶା

ଦିନ ୨ଟା ପରେ ସ୍ଥଳଭାଗ ଛୁଇଁବ ବାତ୍ୟା

(ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ତାରିଖରେ ଘନୀଭୂତ ହୋଇ ବାତ୍ୟାର ରୂପ  ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

 ତେବେ ସମ୍ଭାବ୍ୟ ବାତ୍ୟାଟି ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଏହି ମଡେଲ ଆକଳନ କରିଛି । ବର୍ତ୍ତମାନ ସୁଦ୍ଧା କେଉଁ ଅଞ୍ଚଳକୁ ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ କରିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।

Related posts

ବିଧାୟକ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

mahabharatanews

ହଟିଲା କଟକ ପଟାପୋଲ କଣ୍ଟେନମେଣ୍ଟ କଟକଣା

mahabharatanews

ଜିଲ୍ଲାପାଳଙ୍କ ନାମରେ ହତ୍ୟା ଅଭିଯୋଗ

mahabharatanews