(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ସରକାରୀ ମହାବିଦ୍ୟାଳୟ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୋରାପୁଟ ବ୍ଲକ ମହାଦେଇପୁଟ ଗାଁରେ ଏହି ଅଭିଯାନ ଜରିଆରେ ଘର ଘର ବୁଲି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଦ୍ୱାରା ପରିବେଶ କିଭଳି ଦୂଷିତ ହୋଇଥାଏ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାରଙ୍କ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ପରିବେଶ ଦୂଷିତ ନ କରିବା ପାଇଁ ସଚେତନ କରାଯାଇଥିଲା । ଏହାସହ କଲେଜର ୨୦ଜଣ ଛାତ୍ରଛାତ୍ରୀ ମହାଦେଇପୁଟ ଗାଁରେ ଘର ଘର ବୁୁଲି ଭୟଙ୍କର କୋରୋନା ଭାଇରସ ଠାରୁ ଦୂରେଇ ରହିବା ପାଇଁ କି ସତର୍କତା ଅବଲମ୍ବନ କରିବାକୁ ହୁଏ ତା ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ବିଶେଷ କରି ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା, ମଇଳା ସାର୍ଟପ୍ୟାଣ୍ଟ ନ ପିନ୍ଧିବା, କାଶ, ଛିଙ୍କ ହେଉଥିଲେ ରୁମାଲ ବ୍ୟବହାର କରିବା । ବାହାରକୁ ଗଲେ ମୁହଁକୁ ସବୁବେଳେ ଢାଙ୍କି ରଖିବା ଆଦି ବିଷୟରେ ଧ୍ୟାନ ଦେବା ପାଇଁ କଲେଜ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସଫା ସୁତୁରା ରଖିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଗାଁ ଲୋକଙ୍କୁ ଅବଗତ କରାଇଥିଲେ । ମହାଦେଇପୁଟ ଗାଁ ବ୍ୟତୀତ ଆଗାମୀ ଦିନରେ ବ୍ଲକର ଆଉ ୪ଟି ଗାଁରେ ଏହି ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।
previous post
next post
