ଓଡିଶା

ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ‘ହାମୁନ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ହାମୁନ୍ । ଗଭୀର ଅବପାତ ଆଜି ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ବାତ୍ୟା ‘ହାମୁନ୍’ ଏବେ ପାରାଦୀପ ଠାରୁ ୨୧୦ କିମି ଓ ଦୀଘାଠାରୁ ୨୭୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଥିବା ବାତ୍ୟା ହାମୁନ୍ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ସେତେବେଳକୁ ଏହା ଦୁର୍ବଳ ହୋଇ ଏକ ଗଭୀର ଅବପାତ ଭାବେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡିଶାରେ ନାହିଁ ବୋଲି କୁହାଯାଉଥିବା ବେଳେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଜି ୭ଟି ଜିଲ୍ଲାରେ ସଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Related posts

ଏପର୍ଯ୍ୟନ୍ତ ଚାଷୀଙ୍କୁ ୧୦ ହଜାର କୋଟି ଦିଆସରିଛି: ଯୋଗାଣ ମନ୍ତ୍ରୀ

mahabharatanews

‘ଆମ ବସଷ୍ଟାଣ୍ଡ’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ 

mahabharatanews

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews