ନୂଆଦିଲ୍ଲୀ: କୋରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଏବେ ନୋଏଡାର ଏକ ସ୍କୁଲରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହାକୁ ନେଇ ନୋଏଡାର ଏକ ନାମକରା ସ୍କୁଲ ଆଜି ସକାଳ ୧୧ଟାରେ ଅଭିଭାବକଙ୍କୁ ଫୋନ କରି ନିଜ ପିଲାଙ୍କୁ ଘରକୁ ନେଇଯିବାକୁ କହିଥିଲେ । ସ୍କୁଲ ପକ୍ଷରୁ କୁହାଯାଇଥିଲା, ଯଦି ସେମାନଙ୍କ ପିଲାଙ୍କୁ ଥଣ୍ଡା, କାଶା, ସର୍ଦ୍ଦି ପରି ସମସ୍ୟା ରହିଛି ତେବେ ସେମାନଙ୍କୁ ସ୍କୁଲକୁ ପଠାନ୍ତୁ ନାହିଁ ।
ଏହି ସ୍କୁଲରେ ପଢୁଥିôବା ଜଣେ ପିଲାର ପିତା କୋରୋନା ସଂକ୍ରମିତ । ଏହି ବ୍ୟକ୍ତି ଆଗ୍ରାରେ ଏକ ପାର୍ଟି ରଖିଥିଲେ, ଯେଉଁଥିରେ ସ୍କୁଲର ୨ ଜଣ ପିଲାଙ୍କ ସହ ମୋଟ ୫ ଜଣ ସାମିଲ ହୋଇଥିଲେ । ଉକ୍ତ ବ୍ୟକ୍ତି କୋରୋନ।। ସଂକ୍ରମିତ ଜଣ।।ପଡିବା ପରେ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ୫ ଜଣଙ୍କ ପରୀକ୍ଷା କରାଯାଉଛି । ଏହ।।ରି ମଧ୍ୟରେ ସିଏମଓ ଡା ଅନୁରାଗ ଭାର୍ଗବ କହିଛନ୍ତି କି, ଯେଉଁ କର୍ମଚାରୀ ବିଦେଶରୁ ଫେରିଛନ୍ତି, ତାଙ୍କ ସମ୍ପର୍କରେ ସୂଚନା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଦିଆଯାଉ । ଇରାନ, ସିଂଙ୍ଗାପୁର, ଚୀନ ସମେତ ୧୩ଟିି ଦେଶରୁ ଫେରିଥିବା ଲୋକଙ୍କ ସ୍କ୍ରନିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଏମଓ । ସିଏମଓ କହିଛନ୍ତି, ସେ ଉକ୍ତ ସ୍କଲକୁ ଯାଇଥିଲେ । ସେ ଆହୁରି ସୂଚନା ଦେଇଛନ୍ତି, ନୋଏଡାରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ପରୀକ୍ଷା ହୋଇଛି ଓ ସମସ୍ତଙ୍କ ରେଜଲଟ ନେଗେଟିଭ ଆସିଛି । ଏବେ ପାର୍ଟିରେ ସାମିଲ ହେ।।ଇଥିବା ୫ ଜଣଙ୍କ ପରୀକ୍ଷା ଚାଲିଛି । ଶୀଘ୍ର ରେଜଲ୍ଟ ଆସିଯିବ ।