Uncategorized

କାବୁଲ ବିସ୍ଫୋରଣରେ ଭାରତ ଲିଙ୍କ

ନୂଆଦିଲ୍ଲୀ: କାବୁଲ ବିସ୍ଫୋରଣ ଘଟଣାରେ ରହିଛି ଭାରତ ଲିଙ୍କ । ଆତଙ୍କୀ ସଂଗଠନ ଆଇଏସର ଖୁରାସନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ତେବେ ଏହି ବିସ୍ଫୋରଣରେ କେରଳର ୧୪ ଜଣ ସାମିଲ ଥିବା ସୂଚନା ମିଳିଛି । ଏମାନଙ୍କୁ ତାଲିବାନ କଗରାମ ଜେଲରୁ ମୁକୁଳାଇଥିଲ।। । ଏହା ବ୍ୟତୀତ ତୁର୍କମେନିସ୍ତାନର ଦୁତାବାସ ଉପରେ ଆକ୍ରମଣ ଷଡଯନ୍ତ୍ର ରଚୁଥିବା ୨ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେରଳର ୧୪ ଜଣ ଆଇଏସକେପିର ସଦସ୍ୟ ଅଟନ୍ତି । ଏମାନେ ୨୦୧୪ରେ ଭାରତ ଛାଡି ଆଇଏସରେ ମିଶିଥିଲେ । ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ତାଲିମ ଦିଆଯାଇଥିଲା ଓ ସେଠାରେ ଅବସ୍ଥାନ କରୁଥିଲେ ।

Related posts

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ: ସୁପ୍ରିମ କୋର୍ଟ

mahabharatanews

ୟୁପିରେ ଶୀତ ପ୍ରକୋପ, ୨୦ ଯାଏଁ ସମସ୍ତ ସ୍କୁଲ ବନ୍ଦ

mahabharatanews

ପ୍ୟାଡ ମହିଳା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀ

mahabharatanews