Uncategorized

କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୭୦୦ ଟପିଲା, ୩୪ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ

(ବେଜିଂ): ଚୀନରେ ଭୟଙ୍କର କୋରୋନା ଭାଇରସ ଲୋକଙ୍କ ଜୀବନ ନେବାରେ ଲାଗିଛି । ଏହି ଭାଇରସ ସଂକ୍ରମଣରେ ଶୁକ୍ରବାର ୬୩୬ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭୦୦ ଅତିକ୍ରମ କରିଛି । ଦେଶରେ ଏହି ପ୍ରାଣଘାତୀ ଭାଇରସରେ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଚୀନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚିଛି । କୋରୋନା ଭାଇରସ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାରୁ ସାରା ବିଶ୍ୱ ଏବେ ବିପଦରେ ପଡିଛି । ଡିସେମ୍ବର ମାସରୁ ଚୀନରେ କୋରୋନା ଭାଇରସ ସୃଷ୍ଟି ହେବା ଆଶଙ୍କା ପ୍ରକାଶ କରିଥିବା ଡାକ୍ତରଙ୍କ କଥାକୁ ସରକାର ଅଣଦେଖା କରିଥିବାରୁ ଲୋକଙ୍କ ମନରେ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସରକାର ଯଦି ଭାଇରସ ସମ୍ପର୍କିତ ତଥ୍ୟକୁ ଗୁରୁତର ସହ ନେଇଥାଆନ୍ତେ ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ବୋଲି ଚୀନବାସି କହିଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଆଉ ୮୬ ଜଣଙ୍କ ଜୀବନ ଯାଇଥିବା ସରକାର ସୂଚନା ଦେଇଛନ୍ତି । ଭାଇରସର ପ୍ରାଣକେନ୍ଦ୍ର ହୁବେଇ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରାନ୍ତରେ ୭୯ ଜଣଙ୍କ ଜୀବନ ଯାଇଛି । ଭାଇରସରେ ଆକ୍ରାନ୍ତ ହୋଇ ଆଉ ୩ ହଜାର ୩୯୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୫୪୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଯାଏ ଚୀନରେ ୭୨୨ ଜଣ ପ୍ରାଣ ହରାଇଥିବା ବେଳେ ହଂକଂ ଓ ଫିଲିପାଇନ୍ସରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଇ ଦେଶରେ ୩୩୨ ଜଣ ଲୋକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱର ୨୮ଟି ଦେଶକୁ ଏହି ଭାଇରସ ବ୍ୟାପିଛି ।

ସୂଚନାଯୋଗ୍ୟ, ୨୦୦୨-୦୩ରେ ଚୀନ ଓ ହଂକଂରେ ଦେଖାଦେଇଥିବା ଏସଆରଏସ ଭାଇରସ ଆତଙ୍କ ଦେଖିବାକୁ ମିଳିଥିଲା । ଏହି ଭୁତାଣୁ ସଂକ୍ରମଣରେ ଉଭୟ ଚୀନ ଓ ହଂକଂରେ ୬୫୦ ଜଣଙ୍କ ଜୀବନ ଯାଇଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ କୋରୋନା ଭାଇରସ ମୃତ୍ୟୁସଂଖ୍ୟା ଏହାକୁ ଅତିକ୍ରମ କରିଯାଇଛି ।

Related posts

ମେକ୍ସିକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟକା

mahabharatanews

ପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ଇମ୍ରାନଙ୍କୁ ଘେରିଲେ ବିରୋଧୀ ନେତା

mahabharatanews

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews