ଓଡିଶା

କୋଶଲ ୟୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଛି

(ଓମ ପ୍ରକାଶ ମିଶ୍ର, ସୋନପୁର): ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଶଲ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । କୋରୋନା ମହାମାରି ରେ ହେଉଥିବା ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ହେତୁ ଏ ଶିବିର କୁ କରାଯାଇ ଥିଲା ।ଓଡ଼ିଶାରରକ୍ତଦାତା ସଙ୍ଘର ସଦସ୍ୟ ମନୋଜ ପଣ୍ଡା ଙ୍କ ନେତୃତ୍ବ ଓ କୋଶଲ ଯୁବ ସଂଗ୍ରାମି ନିତିନ୍ ପଧାନ ଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଓ ସାମ୍ବାଦିକ ପ୍ରେମାନନ୍ଦ ନାଏକ ଙ୍କ ସମେତ ଉପସ୍ଥିତ ଥିଲେ କ୍ଷ ରକ୍ତ ଦାନ ଶିବିରରେ ସର୍ବମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସୁବର୍ଣପୁର ରକ୍ତ ଭଣ୍ଡାର ରୁ ଡ଼ଃ ସଂଜୀବ ପାଣିଗ୍ରାହୀ, ସୁବାସ ପଣ୍ଡା, ଜୁଦିସ୍ତିର ମେହେର ଓ ଜଗତ ଦାରୁଅନ ସହଯୋଗ କରିଥିଲେ ।

Related posts

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews

ଗୁଳିମାଡରେ ଔଷଧ ଦୋକାନୀ ମୃତ, ଡାକ୍ତର ଗୁରୁତର

mahabharatanews

୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ,ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews