ଭାରତ

ଖଚିତ ଆଇଇଡିକୁ ନିଷ୍କ୍ରୀୟ କଲା ସୁରକ୍ଷା ବଳ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବଡଗାମ ଅନ୍ତର୍ଗତ ଗୋଗୋ ଅଞ୍ଚଳରେ ଏକ ବଡଧରଣର ବିସ୍ଫୋରଣକୁ ପଣ୍ଡ କରିଛି ସୁରକ୍ଷାବଳ । ଗୋଗୋ ଅଞ୍ଚଳରେ ଖଚିତ ଆଇଇଡିକୁ ସୁରକ୍ଷାବଳ ଠାବ କରିଛି । ଏହି ବିସ୍ଫୋରଣ ହୋଇଥିଲେ ଭୟଙ୍କର ସ୍ଥିତି ଉତ୍ପନ୍ନ ହୋଇଥାନ୍ତା । କାରଣ ଏଠାରେ ଶ୍ରୀନଗର ଏୟାରପୋର୍ଟ, ଟେକ୍ନିକାଲ ଏୟାରପୋର୍ଟ, ସେନାର ମୁଖ୍ୟାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଫିସ ରହିଛି ।
ସୋମବାର ରାତିରେ ବିସ୍ଫୋରଣ ପାଇଁ ଯୋଜନା ହୋଇଥିବା ସୂଚନା ମିଳିଥିଲା। ସେନା ଓ ପୁଲିସ୍ କାଳ ବିଳମ୍ବ ନ କରି ପୂରା ଅଞ୍ଚଳକୁ କର୍ଡନ କରିନେଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନରେ ଆଜି ସକାଳୁ ଆଇଇଡି ମିଳିଥିଲା। ଆଇଇଡି ମିଳିବା ପରେ ବୋମା ନିଷ୍କ୍ରିୟ ଟିମ୍ ଏହାକୁ ନିଷ୍କ୍ରୀୟ କରି ଦେଇଥିଲା ।
ଅନ୍ୟପକ୍ଷରେ ଉରି ସେକ୍ଟରରେ ବଡ଼ଧରଣର ଅନୁପ୍ରବେଶ ଉଦ୍ୟମ ହେବାର ସୂଚନା ମିଳିବା ପରେ ସେନା ପକ୍ଷରୁ ଉରି ଅଞ୍ଚଳରେ ଦୀର୍ଘ ୩୦ ଘଣ୍ଟା ଜାରି ରହିଛି ସର୍ଚ୍ଚ ଅପରେସନ। ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଆତଙ୍କବାଦୀମାନେ ସୀମା ସେପଟୁ ଭାରତରେ ପ୍ରବେଶ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

 

Related posts

ତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା, ବର୍ତିଲେ ଯାତ୍ରୀ

mahabharatanews

ଜି-୨୦ ସମ୍ମିଳନୀ; ବୋହୁ ପରି ସଜେଇ ହୋଇଛି ରାଜଧାନୀ  

mahabharatanews

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

mahabharatanews