(ମହାଭାରତ): ଜନ୍ମ କୁଣ୍ଡଳୀରେ ଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ସୁଖଶାନ୍ତି ବଜାୟ ରହେ । ସେହିପରି ଗ୍ରହ ଖରାପ ସ୍ଥିତିରେ ରହିଲେ ଦୁର୍ଭାଗ୍ୟ ମାଡିଆସେ । ଗ୍ରହ ଦୋଷ କାରଣରୁ ଜୀବନରେ ନାନା ସମସ୍ୟା ଦେଖାଯିବା ସହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖଟ ବା ବିଛଣା ତଳେ ଗ୍ରହ ଜଡିତ ଜିନିଷକୁ ରଖିଦେଲେ ଗ୍ରହ ଶାନ୍ତ ରହେ । ଯଦି ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଗ୍ରହ ସହ ଜଡିତ ଉପାୟକୁ ଆପଣେଇ ସମସ୍ୟା ଦୂର କରିପାରିବେ ।
୧- କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ଥିଲେ ଖଟ ତଳେ ତମ୍ବା ପାତ୍ରରେ ପାଣି ଭରିକରି ରଖନ୍ତୁ । ତକିଆ ତଳେ ଲାଲ ଚନ୍ଦନର ଛୋଟ ଖଣ୍ଡ ରଖିଦିଅନ୍ତୁ । କୁଣ୍ଡଳୀରେ ସୂର୍ଯ୍ୟ ଦୋଷର ପ୍ରଭାବ ଦୂର ହୋଇଯିବ ।
୨- କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ ଖଟ ତଳେ ରୂପା ପାତ୍ରରେ ପାଣି ଭରି କରି ରଖନ୍ତୁ ଅବା ରୂପାର ଅଳଙ୍କାର ରଖିଦିଅନ୍ତୁ । ଚନ୍ଦ୍ରଙ୍କ କୋପଦୃଷ୍ଟି ଦୂର ହୋଇଯିବ ।
୩- କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଖଟ ତଳେ କଂସା ପାତ୍ରରେ ପାଣି ଭରି ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ମଙ୍ଗଳ ଦୋଷ ଦୂର ହୁଏ ।
୪- କୁଣ୍ଡଳୀରେ ଗୁରୁ ଦୋଷ ଭୋଗୁଥିଲେ ତକିଆ ତଳେ ଏକ କପଡାରେ ଗୋଟା ହଳଦୀର ବାନ୍ଧି ରଖିଦିଅନ୍ତୁ । ହଳଦୀ ଗୁରୁଦୋଷ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ ।
