ଓଡିଶା

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧୦୬ଟି ସକ୍ରିୟ ମାମଲା ଓ ୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜିର ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ଵାରାଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୧୩ଟି ସ୍ଥାନୀୟ କେସ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣ, ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୨ ଜଣ, କେନ୍ଦ୍ରାପଡା, କୋରାପୁଟ, ଭଦ୍ରକ, ବଲାଙ୍ଗୀର, କେଉଁଝର, ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Related posts

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2025 ପାଳିତ

mahabharatanews

ବୈତରଣୀ ମିଶନ ଶକ୍ତି ତରଫରୁ ରିଲିଫ ପାଣ୍ଠିକୁ ଦାନ

mahabharatanews

ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews