ଓଡିଶା

ଖାତା ମୂଲ୍ୟାୟନ: ପ୍ରଥମ ଦିନରେ ୯୪ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଲେ

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ଗତକାଲିଠାରୁ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଆଇଏମଏସଟି କନଭେଣ୍ଟ ସ୍କୁଲକୁ ଖାତା ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ତେଣୁ ସ୍କୁଲକୁ ପୂର୍ବରୁ ଭଲଭାବରେ ସାନିଟାଇଜ କରାଯାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଥର୍ମାଲ ସ୍କ୍ରିନିଂ କରିବା ପରେ ଖାତଦେଖା କୋଠରୀକୁ ଛଡା ଯାଇଥିଲା । ପ୍ରଥମ ଦିନରେ ଇଂରାଜୀ, ଗଣିତ, ଇତିହାସ ଓ ଭୂଗୋଳ ବିଷୟରେ ଖାତା ମୂଲ୍ୟାୟନ ପାଇଁ ୯୪ଜଣ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି । ସମସ୍ତ ମୂଲ୍ୟାୟନକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୁହଁରେ ମାସ୍କ ପିନ୍ଧି ସାନିଟାଇଜ ହୋଇ ସାମଜିକ ଦୂରତା ରକ୍ଷା କରି ଖାତା ଦେଖା ଆରମ୍ଭ କରିଥିଲେ ।

ପ୍ରଥମ ପର୍ୟ୍ୟାୟ ଖାତା ଦେଖାସରିବା ପରେ ଦ୍ୱିତୀୟ ପର୍ୟ୍ୟାୟରେ ପଦାର୍ଥବିଜ୍ଞାନ, ଜୀବବିଜ୍ଞାନ, ମାତୃଭାଷା(ଓଡିଆ), ହିନ୍ଦୀ,ସଂସ୍କୃତ ପାଚଂଟି ବିଷୟରେ ଖାତା ମୂଲ୍ୟାୟନ କରାଯିବ । ମୂଲ୍ୟାୟନ କେନ୍ଦ୍ରର ନୋଡାଲ ଅଫିସର ଭାବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସହକାରି ଜିଲ୍ଲାପାଳ ନିରୋଜ ଭତ୍ରାଙ୍କୁ ନିୟୋଜିତ କରାଯାଇଥିବା ବେଳେ କ୍ୟାମ୍ପ ଅଫିସର ଭାବେ ବୋର୍ଡ ଅଫିସ କଟକର ମଦନ ମହୋନ ବେହେରା, କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ନନିଗୋପାଳ ଦାସଙ୍କୁ ଦାଇତ୍ୱ ଦିଆଯାଇଛି । ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମୂଲ୍ୟାୟନ କାର୍ୟ୍ୟ ସୁଚାରୁ ଭାବେ ଚାଲିଥିବାର ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା କହିଛନ୍ତି ।

Related posts

କଳାହାଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ ପ୍ରେସ ଦିବସ

mahabharatanews

ବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନ

mahabharatanews

ମର୍ତ୍ତ୍ୟରେ ଫୁଟିଲା ବ୍ରହ୍ମ କମଳ

mahabharatanews