(କଣିହାଁ/ଜ୍ୟୋତିରଂଜନ ଧର): ଲକ୍ଷ ଲକ୍ଷ ଟଙ୍କା ବ୍ୟ୍ରରେ ପୁଲିସ ମାନଙ୍କ ପାଇଁ ତିଆରି ହୋଇଛି କ୍ୱାଟର । କିନ୍ତୁ ଗତ ଦୁଇ ବର୍ଷ ହେବ ଥାନା ପରିସରରେ ଥିବା କ୍ୱାଟରରେ ପୁଲିସ ବାବୁ ମାନେ ନରହି ଥାନା ଠାରୁ ୪ରୁ ୬ କିମି ଦୂରରେ ରହି ଆସୁଛନ୍ତି । ଯାହାଫଳରେ ସେହି ଅଞ୍ଚଳରେ କିଛି ଅଘଟଣ ଘଟିଲେ ପୁଲିସ ସଂଗେ ସଂଗେ ସେହି ସ୍ଥାନରେ ପହଞ୍ଚି ପାରୁ ନାହିଁ । ଯାହାଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି । ଏବେ କଣିହାଁର ଲୋକ ମାନଙ୍କ ଭିତରେ ଏନେଇ ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ଅଭିଯୋଗନୁଯାୟୀ ପୂର୍ବରୁ ପୁଲିସ କର୍ମଚାରୀମାନେ ଥାନା ପରିସରରେ ଥିବା କ୍ୱାଟର ଗୁଡିକରେ ରହୁଥିଲେ । ଯାହାଫଳରେ ଲୋକଙ୍କ ସମସ୍ୟା ବୁଝି ପାରୁଥିଲେ । ଏବେ ପୁଲିସ ବାବୁମାନେ ଏନିଟିପିସି ଦ୍ୱାର ନିର୍ମିତ କ୍ୱାଟରକୁ ଗଲା ପରେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତ ଭୁଶୁଡି ପଡିଛି । ଏନେଇ କଣିହାଁର ବିଭିନ୍ନ ସମାଜିକ ସଂସ୍ଥା ପକ୍ଷରୁ ଏବେ ଦାବି ଜୋର ଧରିଛି । ଲକ୍ଷ୍ମୀନାରାୟଣ ଟ୍ରଷ୍ଟ ଓ ଗ୍ରାମୀଣ ଜୀବନ ସଂଘ ପକ୍ଷରୁ ଏକ ଦାବି ପତ୍ର ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଛି । ଯଦି ଏନେଇ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏହି ସଂଗଠନ ଗୁଡିକ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।
previous post
next post