ଓଡିଶା

ଏନଟିପିସି, କଣିହାଁ ପକ୍ଷରୁ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଳିତ

(କଣିହାଁ/ଜ୍ୟୋତିରଂଜନ ଧର): କଣିହାଁ ବ୍ଲକ ଏନଟିପିସି ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଗତ ମଙ୍ଗଳବାର ଭାରତ ସମ୍ବିଧାନ ପ୍ରଣେତା ଡକ୍ଟର ଆମ୍ବେଦକରଙ୍କ ବାର୍ଷିକ ଜୟନ୍ତୀ ନିରାଡମ୍ବରରେ ପାଳିତ ହୋଇଯାଇଛି । ଏନଟିପିସ, କଣିହାଁ ଏସ୍ସି, ଏସଟି କର୍ମଚାରୀ କଲ୍ୟାଣ ସଂଘ କାର୍ଯ୍ୟାଳୟରେ ଏହି ଜୟନ୍ତୀ ପାଳିତ ହୋଇଥିଲା । ଏନଟିପିସି ପ୍ରକଳ୍ପ ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ମୁଖ୍ୟ ଅତିଥଭାବେ ଯୋଗ ଦେଇଥିବା ବଳେ ଓ ଆଣ୍ଡ ଏମ୍ ମହାପ୍ରବନ୍ଧକ ଏସ୍ଏନ୍ ରାଓ, ଏନଟିପିସି ମାନବସମ୍ବଳ ଅଧିକାରୀ ଅତିରିକ୍ତ ମହାପ୍ରବନ୍ଧକ କେ.ଏସ୍. ଶର୍ମା, ଏସ୍ସି ଏସଟି କର୍ମଚାରୀ କଲ୍ୟାଣ ସଂଘ ସଭାପତି ବିରୁପାକ୍ଷ ପ୍ରଧାନ, ସମ୍ପାଦକ ଅରୁଣୋ କୁମାର ନାଏକ ଏବଂ ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ । ବିଶେଷକରି କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ସାମାଜିକ ଦୂରତା କୁ ଦୃଷ୍ଠିରେ ରଖି ନିରାଡମ୍ବର ଭାବରେ ଏହି ଉତ୍ସବ ପାଳିତ ହୋଇଥିଲା ।

Related posts

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

mahabharatanews

ଦୋକାନରୁ ମିଳିଲା ଯୁବକଙ୍କ ମୃତଦେହ

mahabharatanews

ଡଙ୍ଗା ବୁଡିବା ଘଟଣା: ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ

mahabharatanews