କଣିହାଁ/ଜ୍ୟୋତିରଞ୍ଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳଗଡସ୍ଥିତ ଅଧିଷ୍ଟାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ମଙ୍ଗଳବାର ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଯେଉଁ ଯାତ୍ରାରେ ମା’ ହିଙ୍ଗୁଳା ଓ ଭକ୍ତଙ୍କ ମଧ୍ୟରେ ନଥାଏ ପୂଜକଙ୍କର ମଧ୍ୟସ୍ଥତା । ସିଧାସଳଖ ଭକ୍ତଙ୍କ ପାଖରୁ ମା’ ହିଙ୍ଗୁଳା ନୈବଦ୍ୟ ଗ୍ରହଣ କରିବାର ନିଆରା ପରମ୍ପରା କେଉଁ ଆବାହମାନ କାଳରୁ ଲାଗିରହିଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯାତ୍ରାକୁ ଆସିବା ପାଇଁ ବାରଣ କରାଯାଇଛି । ଏନେଇ ଗତକାଲି ତାଳଚେର ଉପଜିଲ୍ଲାପାଳ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଯାତ୍ରାକୁ ନଆସିବା ପାଇଁ ସୂଚନା ଦେଇଥିଲେ ।ସେହିପରି ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ଗମ୍ଭୀରତାର ସହିତ ନେଇ ଜନସାଧାରଣଙ୍କୁ ଅନୁରୂପ ଭାବରେ ଅପିଲ କରିଛନ୍ତି । ଜନତା ପ୍ରଶାସନର କଥାକୁ ମଧ୍ୟ୍ୟ ଅକ୍ଷରେ ଅକ୍ଷରେ ପାଳନ କରିଥିବାର ଆଜି ଦେଖିବାକୁ ମିଳିଛି । ଫଳରେ ମା’ ହିଙ୍ଗୁଳାଙ୍କ ଏହି ବାର୍ଷିକ ଯାତ୍ରା ପୁରା ଖାଁ ଖାଁ ରହିଛି । ଜନଶୂନ୍ୟ ପାଲଟିଛି ଯାତ୍ରା ପଡିଆ । ଚଳିତ ବର୍ଷ ମା’ହିଙ୍ଗୁଳାଙ୍କ ଯାତ୍ରା ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରା ଯାଉଛି । ଯାତ୍ରାସ୍ଥଳରେ ପୋଲିସ ବାହିନୀ ମୃତୟନ ଅଛନ୍ତି । ଆଉ ମା’ଙ୍କ ଏହି ଯାତ୍ରାକୁ ଲୋକ ନ ଆସିଥିବାରୁ ଅନୁଗୋଳ ଏସ.ପି. ଜଗମୋହନ ମିନା ଅନୁଗୋଳବାସୀଙ୍କୁ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି । ଭକ୍ତ, ଶ୍ରଦ୍ଧାଳୁ ମା’ହିଙ୍ଗୁଳାଙ୍କୁ ଘରେ ବସି ସାମଗ୍ର ବିଶ୍ୱରେ ଦେଖା ଦେଇଥିବା ମହାମାରୀରୁ ଉଦ୍ଧାର କରିବା ପାଇଁ ଶରଣାପ୍ରନ୍ନ ହୋଇଛନ୍ତି ।
previous post
