ଓଡିଶା

ଖାଲି ପଡିଛି ମା’ହିଙ୍ଗୁଳାଙ୍କ ପୀଠ

କଣିହାଁ/ଜ୍ୟୋତିରଞ୍ଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳଗଡସ୍ଥିତ ଅଧିଷ୍ଟାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ମଙ୍ଗଳବାର ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଯେଉଁ ଯାତ୍ରାରେ ମା’ ହିଙ୍ଗୁଳା ଓ ଭକ୍ତଙ୍କ ମଧ୍ୟରେ ନଥାଏ ପୂଜକଙ୍କର ମଧ୍ୟସ୍ଥତା । ସିଧାସଳଖ ଭକ୍ତଙ୍କ ପାଖରୁ ମା’ ହିଙ୍ଗୁଳା ନୈବଦ୍ୟ ଗ୍ରହଣ କରିବାର ନିଆରା ପରମ୍ପରା କେଉଁ ଆବାହମାନ କାଳରୁ ଲାଗିରହିଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯାତ୍ରାକୁ ଆସିବା ପାଇଁ ବାରଣ କରାଯାଇଛି । ଏନେଇ ଗତକାଲି ତାଳଚେର ଉପଜିଲ୍ଲାପାଳ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଯାତ୍ରାକୁ ନଆସିବା ପାଇଁ ସୂଚନା ଦେଇଥିଲେ ।ସେହିପରି ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ଗମ୍ଭୀରତାର ସହିତ ନେଇ ଜନସାଧାରଣଙ୍କୁ ଅନୁରୂପ ଭାବରେ ଅପିଲ କରିଛନ୍ତି । ଜନତା ପ୍ରଶାସନର କଥାକୁ ମଧ୍ୟ୍ୟ ଅକ୍ଷରେ ଅକ୍ଷରେ ପାଳନ କରିଥିବାର ଆଜି ଦେଖିବାକୁ ମିଳିଛି । ଫଳରେ ମା’ ହିଙ୍ଗୁଳାଙ୍କ ଏହି ବାର୍ଷିକ ଯାତ୍ରା ପୁରା ଖାଁ ଖାଁ ରହିଛି । ଜନଶୂନ୍ୟ ପାଲଟିଛି ଯାତ୍ରା ପଡିଆ । ଚଳିତ ବର୍ଷ ମା’ହିଙ୍ଗୁଳାଙ୍କ ଯାତ୍ରା ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରା ଯାଉଛି । ଯାତ୍ରାସ୍ଥଳରେ ପୋଲିସ ବାହିନୀ ମୃତୟନ ଅଛନ୍ତି । ଆଉ ମା’ଙ୍କ ଏହି ଯାତ୍ରାକୁ ଲୋକ ନ ଆସିଥିବାରୁ ଅନୁଗୋଳ ଏସ.ପି. ଜଗମୋହନ ମିନା ଅନୁଗୋଳବାସୀଙ୍କୁ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି । ଭକ୍ତ, ଶ୍ରଦ୍ଧାଳୁ ମା’ହିଙ୍ଗୁଳାଙ୍କୁ ଘରେ ବସି ସାମଗ୍ର ବିଶ୍ୱରେ ଦେଖା ଦେଇଥିବା ମହାମାରୀରୁ ଉଦ୍ଧାର କରିବା ପାଇଁ ଶରଣାପ୍ରନ୍ନ ହୋଇଛନ୍ତି ।

Related posts

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

ଢେଙ୍କାନାଳରେ କୁକୁର ଆକ୍ରମଣରେ ହରିଣ ମୃତ

mahabharatanews

ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଠାରେ ‘ବିକାଶ ଧାରା..ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ…

mahabharatanews