(ମହାଭାରତ, ନୀଳଗିରି): ବାଲେଶ୍ୱର ଜିଲ୍ଲା ସେରଗଡ ନୀଳଗିରି ଉଦଳା ରାସ୍ତା ଆମ୍ବଡିହା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଶନିବାର ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆମ୍ବୁଲାନ୍ସ ଚାଳକଙ୍କ ସମେତ ଅନ୍ୟ ଜନେ ଗୁରୁତର ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଚାଳକ ଜଣକ ମିତ୍ରପୁର ଅଞ୍ଚଳର ଖଗେନ୍ଦ୍ର ମହାଳିକ ଓ ଅନ୍ୟ ଜଣେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗାଁର ଯୋଗେଶ୍ୱର ମହନ୍ତ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଦମକଳ କର୍ମଚାରୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ରହିଛି । ଉକ୍ତ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଆସୁଥିବା ସମୟରେ ଆମୁଡିହା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
previous post
next post