ଓଡିଶା

ଗାଡି ଧକ୍କାରେ ପର୍ଯ୍ୟଟକ ଗୁରୁତର

ଗୋପ: କୋଣାର୍କ ଅର୍ବାନ ହାଟ ପାଖରେ ଅଜଣା ଗାଡି ଧକ୍କାରେ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଘର ଝାରଖଣ୍ଡରେ । ଝାରଖଣ୍ଡରୁ ଭୀମପଣ୍ଡିତ (୬୦) କୋଣାର୍କ ପରିଭ୍ରମଣରେ ଆସଥିଲେ । ସେ କୋଣାର୍କ ବୁଲି ଫେରିବା ବାଟରେ ଚନ୍ଦ୍ରଭାଗା ପଟୁ ଏକ ନମ୍ବର ବିହୀନ ଗାଡି ପଛପଟୁ ଧକ୍କା ଦେଇଥିଲା । ଫଳରେ ଭୀମ ରାସ୍ତାରେ ପଡିଯାଇଥିଲେ । ଏହା ଦେଖି ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଓ ଅନ୍ୟ ଯାତ୍ରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ କୋଣାର୍କ ମେଡିକାଲ ନେଇଥିଲେ । କିନ୍ତୁ ସେଠାରୁ ତାଙ୍କୁ ଗୋପ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କ ସ୍ଥିତି ଗୁରୁତର ଥିବାରୁ ସେଠାରୁ ତାଙ୍କ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ ଚଳାଇଛି ।

Related posts

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ

mahabharatanews

ରାଜ୍ୟରୁ ଆଉ ଜଣେ ସଂକ୍ରମିତ ଚିହ୍ନଟ

mahabharatanews