ଓଡିଶା

ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

ସୁବର୍ଣ୍ଣପୁର: ୧୧ କେଭି ବିଦ୍ୟୁତ୍ ତାର ଲାଗି ଜଣେ ୮ ବର୍ଷର ନାବାଳକ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛିି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣୀପୁର ଗାଁର ସମିର ଗାଇଗରିଆ (୮) ଘର ଛାତ ଉପରେ ଖେଳୁଥିଲା । ଛାତ ଉପରେ ଯାଇଛି ୧୧ କେଭି ତାର । ଖେଳୁ ଖେଳୁ ସେ କୌଣସି ପ୍ରକାରେ ସେହି ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲା । ତା ପିଠିର ବହୁ ଅଂଶ ପୋଡି ଯାଇଥିଲା । ତାକୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । କିନ୍ତୁ ତାର ସ୍ଥିତି ସଂକଟାପନ୍ନ ଥିବାରୁ ଡାକ୍ତର ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

Related posts

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ରାଉରକେଲାରେ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବଡାଖାନା କାର୍ଯ୍ୟକ୍ରମ

mahabharatanews

ୟୁନିଟ-୬ ରେ ଲୁଚି ରହିଥିଲା ଆତଙ୍କବାଦୀ, ବାନ୍ଧିଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ

mahabharatanews