ଓଡିଶା

ଗାଧୋଇବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ ଗାଁର ସନ୍ତୋଷ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଜାନୁଆରୀ ୫ ତାରିଖରେ ନାବାଳିକା ଜଣକ ଗାଁ ନିକଟରେ ଥିବା ନାଳରେ ଗାଧୋଉଥିବା ବେଳେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଏନେଇ ଜାନୁଆରୀ ୭ ତାରିଖରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ମୁତାବକ ପୋଲିସ ଦୁଷ୍କର୍ମକାରୀଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା । ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱୟ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେମାନଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଥିବା କହିଛନ୍ତି ।

Related posts

କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢାଯିବ ବାଲି

mahabharatanews

ଗଛକୁ ପିଟିଲା ବସ୍, ୭ ଗୁରୁତର

mahabharatanews

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews