ଓଡିଶା

ଦାଦାଙ୍କୁ ପୁତୁରାର ମରଣାନ୍ତକ ଆକ୍ରମଣ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଧୀନ ଅଭୟମୁଖୀ ଗ୍ରାମପଞ୍ଚାୟତର ଇନ୍ଦିପୁର ଗ୍ରାମର ବଡସାହିରେ ପୁତୁରା ଦାଦାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଭିକାରୀ ପ୍ରଧାନ (୬୦)ଙ୍କୁ ତାଙ୍କ ପୁତୁରା ଧଡିଆ ପ୍ରଧାନ ଘରବାରି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଭିକାରୀଙ୍କୁ ଲହୁଲୁହାଣ କରି ଦେଇଛି । ଏପରିକି ଠେଙ୍ଗାରେ ମଧ୍ୟ ମାଡ ମାରିବା ଯୋଗୁ ଭିକାରୀଙ୍କର ବାମ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଏପରିକି ମୁଣ୍ଡ, ଗୋଡ, ହାତ, ପିଟି, ଛାତି ବିଭିନ୍ନ ଜାଗାରେ ଖଣ୍ଡିଆ ଖାବେରା ହୋଇଛି । ସତ୍ୟବାଦୀ ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ କେସରୁଜ କରି ତଦନ୍ତଜାରି ରଖିଛି ।

Related posts

ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ମାନଙ୍କରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି ଚିତ୍ରକର ସେବକ…

mahabharatanews

ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା

mahabharatanews

ବଦଳିଲା ପାଗ ,କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews