ଭୁବନେଶ୍ୱର: ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିବା ପରେ ଗର୍ଭପାତ କରାଇଥିବା କ୍ୟାପିଯାଲ ଥ।।ନା ନିଲମ୍ବିତ ସବ୍ ଇନିସ୍ପେକ୍ଟର ରାକେଶ ସାମଲଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ନାମରେ ଚୋରା ଗାଡି କାରବାରର ଅଭିଯୋଗ ମଧ୍ୟ ରହିଥିଲା । ତାଙ୍କୁ ରାଉରକେଲାରୁ କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ଗିରଫ କରିଛି । ସେ ଦୀର୍ଘ ୨ ମାସ ହେବ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଡ୍ୟୁଟିରେ ଯୋଗ ଦେଇନଥିଲେ । ଗତକାଲି ତାଙ୍କୁ ରାଉରକେଲାରୁ ଗିରଫ କରାଗଲା ପରେ ରଘୁନାଥ ପାଲ୍ଲୀ ଥାନାରେ ପଚରା ଉଚରା କରାଯାଇଥିଲା ।
ସୂଚନା ଅନୁଯାୟୀ, ନିଲମ୍ବିତ ସବ୍ ଇନିସ୍ପେକ୍ଟର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଛନ୍ଦି ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଯୁବତୀ ଗର୍ଭବତୀ ହେବାରୁ ସେ ତାଙ୍କ ଗର୍ଭପାତ କରାଇଥିଲେ । ବର୍ତ୍ତମାନ ମଧ୍ୟ ଯୁବତୀ ଗର୍ଭବତୀ ଅଛନ୍ତି । କିନ୍ତୁ ସାମଲ ତାଙ୍କୁ ଧରାଛୁଆଁ ଦେଉ ନାହାନ୍ତି । ଏଥିନେଇ ଯୁବତୀ ଗଣମାଧ୍ୟମ ନିକଟରେ ଫେରାଦ ଦେଇଥିଲେ । ଏଥିସହ ସେ ଅଭିଯୋଗ ଆଣିଥିଲେ କି କାର ଚୋରା କାରବାରରେ ସାମଲ ତାଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପୃକ୍ତ ଥିଲେ । ଏହା ପରେ ଏସଆଇଙ୍କୁ ପୁଲିସ ନିଲମ୍ବିତ କରିଥିଲା । ତାଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମର ଗଠନ କରିଥିଲା । ବର୍ତ୍ତମାନ ଯୁବତୀଙ୍କ ଅଭିଯୋଗକୁ ନେଇ ପୁଲିସ ମହଲରେ ଭୟ ଦେଖା ଦେଇଛି । ଅପରପକ୍ଷରେ କମିଶନରେଟ ପୁଲିସ ପକ୍ଷରୁ ସୂଚଆ ଦିଆଯାଇଛି କି, ଏହି ଚୋରା କାର କାରବାରରେର ସମ୍ପୃକ୍ତ ଅଧିକାରୀଙ୍କୁ ନେଇ ମଧ୍ୟ ତଦନ୍ତ ହେବ । ଆରଟିଓରେ ମଧ୍ୟ ଜାଲ କାଗଜ ପତ୍ର କରାଉଥିବା ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ।
ସୂଚନା ଯୋଗ୍ୟ, ସାମଲଙ୍କ ନାମରେ ଭୁବନେଶ୍ୱର ମହିଳା ଥାନାରେ ଆଇପିସିର ଦଫା ୩୭୬, ୩୧୩, ୫୦୬ ଓ ୪୨୦ରେ ଏକ ମାମଲା ରୁଜୁ ହୋଇଛି । ଏହାକୁ ଇନଭେଷ୍ଟିଗେଟିଭ ୟୁନିଟ ଫର କ୍ରାଇମ ଏଗେଷ୍ଟ ଓମାନର ଅଧିକାରୀ ସୁଜାତା ଜେନା ତଦନ୍ତ କରୁଛନ୍ତି ।
previous post
next post
