ଓଡିଶା

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

(ମହାଭାରତ, ମୋହନା): ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଏଠାରେ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତ୍ତିଙ୍କୁ କୌଣସି ଦୂର୍ବୃତ୍ତ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକମାନେ ଏହି ଗାଁର ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ ବୋଲି ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଗୁଣି ଗାରେଡିକୁ ନେଇ ସେମାନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଗପିଟମା ଗାଁର ପଟର ମଳିକ ଓ ଦିବ୍ୟାଙ୍ଗ ପତ୍ନୀ ସବିତା ମଳିକ ସବୁଦିନ ଭଳି ଗାଁ ନିକଟରେ ରହିଥିବା ବଗଡକୁ ତେନ୍ତୁଳି ସଂଗ୍ରହ କରିବାକୁ ଯାଇଥିଲେ । ସକାଳ ପ୍ରାୟ ୧୦ଟା ସମୟରେ ଉଭୟ ଦମ୍ପତ୍ତି ଉକ୍ତ ସ୍ଥାନରେ ପହଞ୍ଚିବା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଦୂର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । କୁଟିଗୁଡା ଗାଁର ଦୁଇ ଜଣ ନାବାଳକ ତେନ୍ତୁଳି ଗୋଟାଇବା ପାଇଁ ଆସିଥିବା ବେଳେ ଦମ୍ପତ୍ତିଙ୍କ ମୃତଦେହ ଦେଖି ଗପଟିମା ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଗାଁ ଲୋକେ ମୋହନା ଥାନାକୁ ଜଣାଇଥିଲେ । ମୃତ ଦମ୍ପତିଙ୍କ ସାନ ପୁଅ ସଞ୍ଜିବ ମଲ୍ଲିକଙ୍କ କହିବାନୁସାରେ ତାଙ୍କ ବାପା ଲୋକଙ୍କୁ ବିଭିନ୍ନ ଚେରମୂଳୀ ଦେଇ ରୋଗ ଉପଶମ କରାଉଥିଲେ । ଏହାକୁ କିଛି ବ୍ୟକ୍ତି ସହି ନପାରି ଏଭଳି କାଣ୍ଡ କରିଛନ୍ତି ବୋଲି କହିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

କମ୍ବିଂ ବେଳେ ମହିଳା ମାଓ କ୍ୟାଡରଙ୍କ ମୃତ୍ୟୁ

mahabharatanews

 ୧୫ରୁ ବରଗଡ ଧନୁଯାତ୍ରା 

mahabharatanews

୭୦ ଲକ୍ଷରେ ୧୭ଟି ମାଛ 

mahabharatanews