ଅପରାଧ

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ପୁଲିମେଟଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମପିଭି-୧୭ ଗ୍ରାମରେ ଏକ ଅଭାବନୀୟ ଘଟିଛି । ଯୌତୁକ ଲୋଭରେ ଗାଁର ଗୋଟିଏ ପରିବାର ନାଁରେ ବୋହୁକୁ ନିର୍ଯାତନା ଓ ହତ୍ୟା ଅଭିଯୋଗ ହୋଇଛି । ମୃତକ ଜଣକ ୨୨ ବର୍ଷିୟା ଅଞ୍ଜନା କୀର୍ତ୍ତନୀୟ ବୋଲି ଜଣାପଡିଛି । ସୂଚନା ମୁତାବକ ଅଞ୍ଜନା ଓରକେଲ ଥାନା ଅନ୍ତର୍ଗତ ଏମ.ଭି-୧୦୪ ଗ୍ରାମର ନାନୀ କୀର୍ତ୍ତନୀୟଙ୍କୁୁ ୨ ବର୍ଷ ପୂର୍ବେ ବିବାହ କରିଥିଲେ । ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ବିବାହର ବର୍ଷେ ପରେ ଅଞ୍ଜନାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଯୌତୁକ ଲୋଭରେ ଦିନ ରାତି ନିର୍ଯାତନା ଦେବା ସହ ମାଡ଼ ମାରୁଥିଲେ । ସେମାନଙ୍କ ନିର୍ଯାତନା ସହି ନ ପାରି ଅଞ୍ଜନା ନିଜ ବାପ ଘରକୁ •ଲି ଆସିଥିଲେ । କିନ୍ତୁ ଅଞ୍ଜନାଙ୍କ ସ୍ୱାମୀ ଓ ଶାଶୁ ଆସି ତାଙ୍କୁ ବୁଝା ସୁଝା କରି ନିଜ ସାଙ୍ଗରେ ଘରକୁ ନେଇ ଆସିଥିଲେ । ସୋମବାର ଦିନ ପୁଣି ଅଞ୍ଜନାଙ୍କ ସ୍ୱାମୀ ଓ ଶାଶୁ ନିର୍ଯାତନା ଦେବା ସହ ନିସ୍ତୁକ ମାଡ ମାରିଥିଲେ ଯାହାଦ୍ୱାରା ଅଞ୍ଜନା ଆହତ ହୋଇ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିଛିଦିନ ଚିକତ୍ସା ହେବା ପରେ ତାଙ୍କୁ କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକତ୍ସା କରାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । ପ୍ରାୟ ଏକ ସପ୍ତାହ ଚିକତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅର ମୃତ୍ୟୁ ପାଇଁ ତା ଶାଶୁଘର ଲୋକେ ଦାୟୀ ବୋଲି ଅଞ୍ଜନାଙ୍କ ପରିବାର ଲୋକେ ବାଲିମେଳା ଥାନା ଅଭିଯୋଗ ଦେଇଥିଲେ । ପରେ ବାଲିମେଳା ପୋଲିସ ନାନୀ କୀର୍ତ୍ତନୀୟଙ୍କୁ ଗିରଫ କରିଛି ।

Related posts

NEET ପେପର୍ ଲିକ୍: CBI ର ବଡ଼ କାର୍ଯ୍ୟାନୁଷ୍ଠାନ, ବଢୁଛି ଗିରଫଦାରୀ ସଂଖ୍ୟା

mahabharatanews

ଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମ

mahabharatanews

ହୋମଗାର୍ଡର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

mahabharatanews