ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନଃ ପ୍ରତିଷ୍ଠା ଓ ବିଜେପିକୁ ବିରୋଧ କରିବା ପାଇଁ ହୋଇଥିବା ଗୁପକାର ଘୋଷଣାର ସଭାପତି ହୋଇଛନ୍ତି ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା. ଉପ ସଭାପତି. ପିଡିପି ମୁଖ୍ୟ ମେହବୁବା ମୁଫତି ଓ ପିପୁଲ୍ସ କନଫରେନ୍ସର ନେତା ସାଜଦ ଲୋନଙ୍କୁ ମୁଖପାତ୍ର ।
ଆଜି ଏହି ନିଯୁକ୍ତି ପରେ ଫାରୁକ ଅବଦୁଲ୍ଲା କହିଛନ୍ତି, ଗୁପକାର ଘୋଷଣାନାମା ଦେଶ ବିରୋଧୀ କହିବା ସଂପୂର୍ଣ୍ଣ ଭୁଲ। ଆମେ ବିଜେପି ବିରୋଧୀ। ବିଜେପିକୁ ବିରୋଧ କରିବା ଦେଶକୁ ବିରୋଧ କରିବା ନୁହେଁ। ସେମାନେ ଦେଶକୁ ଓ ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି। ଜମ୍ମୁ-କଶ୍ମୀରବାସୀଙ୍କ ଅଧିକାରକୁ ଫେରାଇ ଦିଆଯାଉ ବୋଲି ଆମେ ଦାବି କରୁଛୁ। ଆମେ ଯେତେବେଳେ ଧାରା ୩୭୦ ଫେରାଇ ଆଣିବା କଥା କହୁଛୁ ସେତେବେଳେ ଜମ୍ମୁ ଓ ଲଦାଖର ସ୍ୱତନ୍ତ୍ରତା କଥା ମଧ୍ୟ କହୁଛୁ । ସେହିପରି ନୂଆ ମୁଖପାତ୍ର ଲୋନ କହିଛନ୍ତି, ଆମେ ଖୁବଶୀଘ୍ର ଜମ୍ମୁ-କଶ୍ମୀରର ରିଏଲିଟି ଉପରେ ଶ୍ୱେତପତ୍ର ଜାରି କରିବୁ। ଆମ ପାଖରେ କ’ଣ ଥିଲା ଓ ସେମାନେ ଆମ ଠାରୁ କ’ଣ ନେଇଗଲେ, ସେକଥା ଆମେ ସମସ୍ତଙ୍କୁ ଜଣାଇବୁ।