ନୂଆଦିଲ୍ଲୀ: ନୂଆଖାଇ ଅବସରରେ କୃଷକଙ୍କ ଅତୁଳନୀୟ କାର୍ଯ୍ୟଦକ୍ଷତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି । ରାଷ୍ଟ୍ର ଗଠନରେ କୃଷକଙ୍କ କାର୍ଯ୍ୟଦକ୍ଷତା ଓ ଭୂମିକା ଉଲ୍ଲେଖନୀୟ ବୋଲି ନୂଆଖାଇ ଜୁହାର ଅବସରରେ ମୋଦି କହିଛନ୍ତି । ଏହି ଶୁଭ ଅବସରରେ ସମସ୍ତଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି ମୋଦି ।
ମୋଦି ଟ୍ୱିଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ଶୁଭ ଅବସରରେ ରାଷ୍ଟ୍ର ଗଠନରେ ଶିଳ୍ପଦ୍ୟୋଗୀ କୃଷକ ଓ ସେମାନଙ୍କ ଉଲ୍ଳେଖନୀୟ ଭୂମିକାକୁ ପ୍ରଶଂସା କରୁଛୁ । ମୁଁ ଏହି ଅବସରରେ ସମସ୍ତଙ୍କ ସୁସ୍ୱାସ୍ଥ୍ୟ ଓ ମଙ୍ଗଳ କ।ମନା କରୁଛି । ଦକ୍ଷିଣ ଛତିଶାଗଡ ଓ ପଶ୍ଚିମ ଓଡିଶାରେ ଏହି ପାଳିତ ହୋଇଥାଏ । ଏହି ପର୍ବ ମାଧ୍ୟମରେ ଲୋକେ ନୂଆ ଶସ୍ୟ ଅମଳକୁ ଋତୁକୁ ସ୍ୱାଗତ କରିଥାନ୍ତି । ନୂଆଖାଇ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ । ନୂଆଖାଇର ଅର୍ଥ ନୂଆ- ଅନ୍ନ ଓ ଖାଇ- ଖାଇବାକୁ ଯୋଗାଇଦେବା
previous post
next post
