ଢେଙ୍କାନାଳ: ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଢେଙ୍କାନାଳ ଜିଲ୍ଲାରେ ନିଜ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏଥିନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଢେଙ୍କାନାଳ ଜିଲ୍ଲାକୁ ମନ୍ତ୍ରୀ ତଥା ଯୋଜନା କମିଟି ଅଧକ୍ଷ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାର ଶକ୍ତି ବିଭାଗ ସେସୁ ର୍ନିବାହୀ ଯନ୍ତ୍ରୀ ଇଂଜିନିୟର ସ୍ୱପ୍ନସରିତ ମିଶ୍ର, ଅ ।ରକ୍ଷୀ ବିଭାଗ ଅଧିକ୍ଷକ ଅନୁପମା ଜେମ୍ସ, ଏବଂ ଅଣୁ ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜିଲ୍ଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରି·ଳକ ଉମାକାନ୍ତ ରାଜ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ମନ୍ତ୍ରୀଙ୍କ ସମ୍ମୁଖରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।
ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ସଦର ଉପଜିଲ୍ଲାପାଳ, ଓପିଟିସିଏଲ ଡ଼ି ଜି ଏମ,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ତାଳଚେର ସେସୁ ର୍ନିବାହୀ ଯନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
