ଓଡିଶା

ଆସିଲାନି ଆମ୍ବୁଲାନ୍ସ, ଡାଲା ଅଟୋରେ ବୁହାଗଲା ଶବ

(ରଜନୀକାନ୍ତ ପାତ୍ର/ହିଞ୍ଜିଳୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଜାମ ଜିଲ୍ଲାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ନ ଆସିବାରୁ ଜଣେ ମହିଳାଙ୍କ ଶବକୁ ଡାଲା ଅଟୋରେ ବୁହା ଯାଇଛି । ସୂଚନା ମୁତାବକ, ଆଜି ସକାଳ ପ୍ରାୟ ଦଶଟା ସମୟରେ ନନ୍ଦିକ ଗାଁର କନକ ସାହୁ ନାମକ ଜଣେ ୭୦ ବର୍ଷୀୟ ମହିଳାଙ୍କ ଦେହ ଖରାପ ହେବାରୁ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମର ଶରୀରକୁ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ବହୁତ ସମୟ ଅପେକ୍ଷା କରିବା ପରେ ଶେଷରେ ଏକ ଡାଲା ଅଟୋ ଯୋଗେ ତାଙ୍କ ଶବକୁ ଅଣାଯାଇଥିଲା। ଏଭଳି ଏକ ଦୁଃଖଦ ତଥା ହୃଦୟ ବିଦାରକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related posts

ସଡକ ଦୁର୍ଘଟଣାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ

mahabharatanews

ପୌର ଫାଇଟ: ରାଜଧାନୀରେ ସୁଲୋଚନା ଆଗୁଆ, କଟକରେ ସୁବାସ ଆଗୁଆ, ଜାଣନ୍ତୁ କିଏ ପାଇଲା କେତେ ଭୋଟ୍

mahabharatanews

ରାସନ ଓ ସାବୁନ ବାଣ୍ଟିବା ନାଁରେ,ବାଣ୍ଟିବେ କି କୋରୋନା?

mahabharatanews