ଅପରାଧଓଡିଶା

ଗୋଟିଏ ପଟେ ଲକଡାଉନ, ଅନ୍ୟ ପଟେ ନାବାଳିକାକୁ ଦୁଷ୍କର୍ମ

ରାଉରକେଲା: ଦେଶ ତଥା ରାଜ୍ୟରେ କରୋନା ପାଇଁ ଲକଡାଉନ । ଏହି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ ହୋଇପଡିଛି । ଲୋକେ ଏକପ୍ରକାର ଗୃହବନ୍ଦୀ । ଏପରି ସମୟରେ ମଧ୍ୟ ରୁଗ୍ଣ ମାନସିକତାର ଲୋକେ ସେମାନଙ୍କ କାମ ବାସନା ଚରିତାର୍ଥ କରିବାରୁ ବାଦ ପଡୁନାହାନ୍ତି । ଏତେ ସବୁ କଟକଟା, ନଜରବନ୍ଦୀ ମଧ୍ୟରେ ମଧ୍ୟ ଜଣେ୪୫ ବର୍ଷୀୟ ବ୍ୟକ୍ତି ଜଣେ ନାବାଳିକାକୁ ଦୁଷ୍କର୍ମ କରିବାକୁ ପଛେଇ ନାହିଁ । ଏପରି ଘଟଣା ଘଟିଛି ସ୍ମାର୍ଟ ସିଟି ରାଉରକେଲାରେ । ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଅଭିଯୁକ୍ତ ବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଅଭିଯୁକ୍ତ ମଧୁସୂଦନପାଲିର ରମେଶ ଦାସକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି ।

ସୂଚନା ମୁତାବକ, ରାଉରକେଲାର ମଧୁସୂଦନପାଲିରେ ବିବାହିତ ଅଭିଯୁକ୍ତ ଘର ଭଡ଼ା ନେଇ ରହିଆସୁଥିଲା । ତାର ପରିବାର ଗାଁରେ ରହୁଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତିଜଣକ ଘର ପାଖରେ ରହୁଥିବା ଜଣେ ୧୦ ବର୍ଷର ନାବାଳିକାକୁ ଚକୋଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ନାବାଳିକାଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ । ଗତକାଲି ରାତିରେ ପରିବାର ଲୋକ ପ୍ଲାଣ୍ଟସାଇଟ ଥାନାରେ ଏସଂପର୍କରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ ଆଜି ସକାଳେ ଅଭିଯୁକ୍ତ ରମେଶକୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛି । ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଆଇପିସି ଧାରା ୩୭୬ ଓ ୬ ଏବଂ ପୋକ୍ସୋ ଆକ୍ଟରେ ମାମଲା ଦାୟର କରାଯାଇଛି ।

Related posts

ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେ ମାନେ ଓଡ଼ିଶାର ଗୌରବ: ମୁଖ୍ୟମନ୍ତ୍ରୀ

mahabharatanews

ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ନାବାଳିକାକୁ କ୍ୱାରେଣ୍ଟାଇନ ସେଣ୍ଟରରେ ଦୁଷ୍କର୍ମ ଉଦ୍ୟମ

mahabharatanews