ଭୁବନେଶ୍ୱର: ଆଜି ଦିନ ୧୧ଟା ୩୦ ପର୍ୟ୍ୟନ୍ତ ଦ୍ୱୈତ୍ୟ ନଗରୀରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ରାସ୍ତାଘାଟ ଠିକ ରୂପେ ଦୃଶ୍ୟମାନ ହେବ ନାହିଁ। ଘଡଘଡି ବର୍ଷା ସହ ୧ରୁ ୨ ସେଣ୍ଟିମିଟର ଏବଂ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ରାସ୍ତାରେ ପାଣି ଜମିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ । ତେଣୁ ଆବଶ୍ୟକସ୍ଥଳେ ହିଁ ଘରୁ ବାହାରିବା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।