ଓଡିଶା

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ବାଲେଶ୍ୱର : ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ । ଭୋଗରାଇରୁ ବାଲେଶ୍ୱର ଆସୁଥିବା ବେଳେ ନୁଣିଆଯୋଡି ପୋଲରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ , ବିଚିତ୍ରପୁରରୁ ବାଲେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ନୁଣିଆଯୋଡି ନିକଟରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ଓଲଟି ପଡି ନାଳକୁ ଖସିପଡିଛି । ଦୁର୍ଘଟଣାରେ ବସରେ ଥିବା ପ୍ରାୟ ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିବା କୁହାଯାଉଛି । ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ସ୍ଥାନୀୟ ପୋଲିସ ଏବଂ ଅଗ୍ନଶମ ବାହିନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Related posts

ରାଜ୍ୟରେ ଅନେକ ସ୍କୁଲରେ ନାହିଁ ଶୌଚାଳୟ ଓ ବିଦ୍ୟୁତ ସଂଯୋଗ

mahabharatanews

ମଦ ବୋଝେଇ ବୋଲେରୋ ଜବତ, ଛଅ ଗିରଫ

mahabharatanews

ରାଣୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

mahabharatanews